ସମ୍ବଲପୁରୀ ଶାଢ଼ୀ ଉପରେ ଜିଏସଟି ଚଡ଼କ : ଅଚାନକ ଭାବେ ବଢ଼ିଲା କଂଚାମାଲ ଦର

69

କନକ ବ୍ୟୁରୋ : ସମ୍ବଲପୁରୀ ଶାଢ଼ୀ ଉପରେ ଜିଏସଟି ପ୍ରଭାବ । ଶାଢ଼ୀ ତିଆରି କରିଥିବା ବୁଣାକାର ପରିବାର ଏବେ ଅଧିକ ଦୁର୍ଦ୍ଦିନରେ ଗତି କରୁଛନ୍ତି । ଜିଏସଟି ଲାଗୁ ହେବା ପରେ କଂଚାମାଲର ଦର ହଠାତ୍ ବଢିଯାଇଛି । ଫଳରେ ବୁଣାକାରଙ୍କ ମୁଣ୍ଡରେ ଚଡ଼କ ପଡିଛି । ୫୦ ଟଙ୍କା ସୂତା ମୁଣ୍ଡା ଅଚାନକ ଭାବେ ୭୦ ଟଙ୍କା ହୋଇଯାଇଛି । ୫୦ ଗ୍ରାମ ରଙ୍ଗକୁ ୨୦ ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ଦେବାକୁ ପଡୁଛି ୩୦ ଟଙ୍କା ।

ଗୋଟିଏ ସମ୍ବଲପୁରୀ ଶାଢ଼ୀ ତିଆରି କରିବାକୁ ୫ରୁ ୧୦ ଦିନ ଲାଗୁଥିବାବେଳେ ପରିବାରର ୪ ଜଣ ସଦସ୍ୟଙ୍କ ପରିଶ୍ରମ ବି ଲାଗିଥାଏ । ଗୋଟିଏ ଶାଢ଼ୀରେ ବୁଣାକାର ପରିବାର ୩ ଶହରୁ ୪ ଶହ ଟଙ୍କା ଲାଭ ପାଉଥିଲେ ବି ଜିଏସଟି ପ୍ରଭାବରେ ବୁଣାକାରଙ୍କ ସମସ୍ୟା ବଢିଯାଇଛି । ବଜାରରେ ଏବେ ନକଲି ସମ୍ବଲପୁରୀ ଶାଢ଼ୀ ଏବେ କମ୍ ଦରରେ ମିଳୁଛି । ଏଭଳି ସ୍ଥଳେ ସମ୍ବଲପୁରୀ ଶାଢ଼ୀକୁ ଅଧିକ ଦରରେ ନେବାକୁ ଗ୍ରାହକ ମଙ୍ଗୁନାହାଁନ୍ତି । ଫଳରେ ବୁଣାକାରଙ୍କ ସହ ବେପାରୀଙ୍କ ସମସ୍ୟା ବି ବଢିଯାଇଛି ।

ଦେଖନ୍ତୁ ଏହି ଭିଡ଼ିଓ –