ଜୁନିୟର ସୁନ୍ଦରୀ ପ୍ରତିଯୋଗୀତାରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଆ ଝିଅ । ବିଶ୍ୱ ଲିଟିଲ ମାଷ୍ଟର ଗେଲେକ୍ସିରେ ଭାଗ ନେବେ ସମ୍ବଲପୁରର ଅର୍ପିତା ବେହେରା 

87

କନକ ବ୍ୟୁରୋ: ସମ୍ବଲପୁରର ଝିଅ ଜୁନିୟର ସୁନ୍ଦରୀ ପ୍ରତିଯୋଗୀତାରେ କରିବେ ଭାରତର ପ୍ରତିନିଧିତ୍ୱ । ସମ୍ବଲପୁର ସାକ୍ଷୀପଡାର ଅର୍ପିତା ବେହେରା ଯୋଗ ଦେବେ ଋଷରେ ହେବାକୁ ଥିବା ସୁନ୍ଦରୀ ପ୍ରତିଯୋଗୀତାରେ । ପୂର୍ବରୁ ବି ସେ ମିସ୍ ଲିଟିଲ୍ ବେଙ୍ଗଲୁରୁ ଟାଇଟେଲ ଜିତି ସାରିଛନ୍ତି । ଏବେ ଋଷର ଏହି ସୁନ୍ଦରୀ ପ୍ରତିଯୋଗୀତାରେ ବିଜୟୀ ହୋଇ ଅର୍ପିତା ମୁକୁଟ ହାସଲ କରିବେ ବୋଲି ଆଶା କରାଯାଉଛି ।

ସମ୍ବଲପୁର ସାକ୍ଷୀପଡାର ଅର୍ପିତା ବେହେରା । ରାକେଶ କୁମାର ବେହେରା ଓ ବୀଣାପାଣି ବେହେରାଙ୍କ ଛୋଟ ଝିଅ ଅର୍ପିତା । ଷଷ୍ଠ ଶ୍ରେଣୀ ପଢୁଥିବା ଅର୍ପିତା ଲିଟିଲ ମିସ୍ ବେଙ୍ଗଲୁରୁର ବିଜୟୀ ହୋଇସାରିଛନ୍ତି । ଏବେ ଅର୍ପିତା ଋଷର ବୁଲଗେରିଆରେ ଆୟୋଜିତ ହେଉଥିବା ବିଶ୍ୱ ଲିଟିଲ ମାଷ୍ଟର ଗେଲେକ୍ସି ସୁନ୍ଦରୀ ପ୍ରତିଯୋଗୀତାରେ ଭାରତର ପ୍ରତିନିଧୀତ୍ୱ କରିବେ । ମାର୍ଚ୍ଚ ୧୦ ରୁ ୧୮ ରେ ଆୟୋଜନ ହେଉଥିବା ସୁନ୍ଦରୀ ପ୍ରତିଯୋଗୀତା ପାଇଁ ଚୟନ ହୋଇଥିବା ଜଣାପଡିବା ପରେ ସାଙ୍ଗ ସାଥୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ତେବେ ବିଶ୍ୱ ଲିଟିଲ ମାଷ୍ଟର ଗେଲେକ୍ସି ସୁନ୍ଦରୀ ପ୍ରତିଯୋଗୀତା ପାଇଁ ଅର୍ପିଲା ଚୟନ ହେବା ପରେ ଘରେ ଓ ସ୍କୂଲରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅର୍ପିତା ପଢୁଥିବା ଘରୋଇ ସ୍କୁଲରେ ଆଗରୁ ମଧ୍ୟ ୨ ଜଣ ସୁନ୍ଦରୀ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗୀତାରେ ସାମିଲ ହୋଇ କୃତିତ୍ୱ ଅର୍ଜନ କରିଛନ୍ତି ।