ସମ୍ବଲପୁରରେ ପୁଣି ଲଜ୍ଜା । ମହିଳାଙ୍କୁ ଗଣଦୁଷ୍କର୍ମ କରି ଫିଙ୍ଗିଦେଲେ ଦୁର୍ବୃତ୍ତ, ମୁମୂର୍ଷ ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତି : ୬ଜଣଙ୍କୁ ଅଟକ ରଖି ପଚରାଉଚରା

802

କନକ ବ୍ୟୁରୋ : ହାଇଦ୍ରାବାଦ ଓ ଉନ୍ନାଓ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତେଜନା ଲାଗି ରହିଛି । ବିଶେଷକରି ହାଇଦ୍ରାବାଦ ପୋଲିସ ଏନକାଉଁଟର କରି ୪ ଅଭିଯୁକ୍ତଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଭଳି ସ୍ଥିତିରେ ବି ଯୌନ ପିପାସୁଙ୍କ କବଳରୁ ବର୍ତି ପାରୁ ନାହାଁନ୍ତି ମହିଳା ।

ସମ୍ବଲପୁର ଅଇଁଠାପାଲି ଥାନା ଅଂଚଳରୁ ଆସିଛି, ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବରେଇପାଲି ଅଂଚଳରୁ ଗୁରୁତର ଅବସ୍ଥାରେ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରାଯାଇଛି । ବୁର୍ଲା ମେଡିକାଲରେ ପୀଡ଼ିତାଙ୍କୁ ଚିକିତ୍ସା କରାଯାଇଛି । ପୀଡ଼ିତା ମହିଳା ଜଣକ ବିବାହିତା ବୋଲି ଜଣାପଡ଼ିଛି । ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।