ସମ୍ବଲପୁରରୁ ପୁଣି ଆସିଲା ରାଗିଂର ନୃଶଂସ ଚିତ୍ର। ଘରୋଇ ଆବାସିକ କଲେଜରେ ଛାତ୍ରଙ୍କୁ ୨ ଦିନ ଧରି ବାଥରୁମରେ ବନ୍ଦ କରି ମାଡ ମାରିଥିବା ଅଭିଯୋଗ

ଥାନାରେ ଏତଲା ପରେ ପୁଲିସର ତଦନ୍ତ ଆରମ୍ଭ

561

କନକ ବ୍ୟୁରୋ: ସମ୍ବଲପୁରରୁ ପୁଣି ଆସିଲା ରାଗିଂ ଅଭିଯୋଗ । ଘରୋଇ ଆବାସିକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ମାଝିପାଲି ସ୍ଥିତ ଘରୋଇ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା ଛାତ୍ରଙ୍କୁ ୨ ଦିନ ଧରି ବାଥରୁମରେ ପୁରାଇ ସିନିୟର ମାନେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛନ୍ତି । ଏପରିକି ଲୁହାରଡ ଓ ବାଡି ସାହାର୍ଯ୍ୟରେ ଛାତ୍ର ଜଣକୁ ପ୍ରବଳ ମାଡ ମାରିଛନ୍ତି ସିନିଅର । ଛାତ୍ର ଜଣକ ଏବେ ଗୁରୁତର ଅଛନ୍ତି । ଥାନାରେ ଏନେଇ ଛାତ୍ରଙ୍କ ବାପା ମା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଉଲ୍ଲେଖ ଥାଉ କି, କିଛି ଦିନ ତଳେ ରାଗିଂ କରି ବୁର୍ଲା ଭିଏସଏସ ବୈଷୟିକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କୁ ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ନିଆଯାଇଥିଲା ଦୃଢ କାର୍ଯ୍ୟାନୁଷ୍ଠାନ । କିଛି ଛାତ୍ର ନିଜର ଜୁନିୟର ଛାତ୍ରଙ୍କୁ ଅନ୍ତବସ୍ତ୍ର ପିନ୍ଧି ନାଚିବା ପାଇଁ ବାଧ୍ୟ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ତେବେ ବାରମ୍ବାର ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ କର୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଥିଲା କଡା କାର୍ଯ୍ୟାନୁଷ୍ଠାନ । ରାଗିଂରେ ସଂପୃକ୍ତ ଥିବା ଛାତ୍ରଙ୍କୁ ଏକ ବର୍ଷ ଲାଗି ପରୀକ୍ଷାରୁ ବଂଚିତ କରାଯିବା ସହ ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ଦେବାକୁ ପଡିଥିଲା ।