ସମ୍ବଲପୁର : ତେଲ ବଦଳରେ ପେଟ୍ରୋଲ ପମ୍ପରୁ ମିଳୁଛି ପାଣି

29

କନକ ବ୍ୟୁରୋ : ପାଣି ବିକୁଛି ପେଟ୍ରୋଲ ପମ୍ପ । ତେଲ ବଦଳରେ ପେଟ୍ରୋଲ ପମ୍ପରୁ ମିଳୁଛି ପାଣି । ପେଟ୍ରୋଲ ପମ୍ପରୁ ଡିଜେଲ ପାଇଁ ଯାଇଥିବା ଗ୍ରାହକଙ୍କୁ ମିଳିଛି ପାଣି । ଏଭଳି ସାଙ୍ଘାତିକ୍ ଅଭିଯୋଗ ଆସିଛି ସମ୍ବଲପୁରରୁ । ଜେଲ ଛକ ଦୁଆରୀ ପେଟ୍ରୋଲ ପମ୍ପରେ ଏଭଳି ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି । କିଛି ଗ୍ରାହକ ଆଜି ତେଲ ପକାଇବା ବେଳେ ଡେଜଲକୁ ନେଇ ସେମାନଙ୍କର ସନ୍ଦେହ ହୋଇଥିଲା । ତେଲ ବଦଳରେ ପାଣି ବାହାରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।