ସମ୍ବଲପୁରର ବିଭିନ୍ନ ଚାଉଳ ଗୋଦମରୁ ଧାନବସ୍ତା ଜବତ ପରେ ତନାଘନା ! ସମ୍ପୃକ୍ତ ମିଲ ମାଲିକର ଷ୍ଟକ୍ ଯାଂଚ କଲେ ରାଜସ୍ୱ ବିଭାଗ ଓ ଯୋଗାଣ ବିଭାଗର ମିଳିତ ଟିମ୍

32

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲାର ୧୦ଟି ମିଲରେ ରାଜସ୍ୱ ବିଭାଗ ଓ ଯୋଗାଣ ବିଭାଗ ମିଳିତ ଭାବେ ଚଢଉ କରିଛି । ଗତକାଲି ଚଢଉ ସମୟରେ ୭ ଟି ମିଲରୁ ୨୦ରୁ ଅଧିକ ଧାନ ବସ୍ତା ଦେଖିବାକୁ ମିଲିଥିଲା । ଫଲରେ ଆଜି ସମ୍ପୃକ୍ତ ମିଲ ମାଲିକର ଷ୍ଟକ୍ ଯାଂଚ କରାଯିବା ସହିତ ଧାନ କୋଉଠୁ ଆସିଲା ବୋଲି ଯାଂଚ କରୁଛି ଏକ ଟମ୍ । ଯାଂଚ ପରେ ଏହି ଟିମ୍ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ । ତଦନ୍ତକାରୀ ଟିମକୁ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ରାଇସମିଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ, ସନ୍ତୋଷ ଜନକ ଉତର ନମିଲିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ଆସନ୍ତାକାଲିଠୁ ସମ୍ବଲପୁର ଜିଲ୍ଲାରେ ଧାନ କ୍ରୟ କରାଯିବ ।