ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା : ଆଜି ଭାଇଚାରା ଓ ସଦ୍ଭାବନାର ପର୍ବ ନୂଆଁଖାଇ

25

କନକ ବ୍ୟୁରୋ : ପ୍ରକୃତି ଏବଂ ପରମ୍ପରାର ପର୍ବ । ଭାଇଚାରା ଏବଂ ସଦ୍ଭାବନାର ପର୍ବ । ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି ।
ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି। ୯ଟା୫ରୁ ୯ଟା ୧୯ ଭିତରେ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି ।

ସକାଳ ୮ଟାରୁ ନୂଆଖାଇ ପୂଜା ବିଧି କରାଯାଉଛି । ପ୍ରଥମେ ମା’ଙ୍କ ପାଖରେ ଝୋଟି ପକେଇ ଆଜିର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ପ୍ରଥମ କରି ଚାଷୀ ଉତ୍ପାଦନ କରିଥିବା ନୂଆଁ ଧାନକୁ ଇଷ୍ଟଦେବୀଙ୍କ ଠାରେ ଲାଗି କରାଯାଇଛି । ଏହି କୃଷିଭିତିକ ପର୍ବକୁ ପାଳନ କରିବା ମା’ ମନ୍ଦିର ଠାରୁ ଆରମ୍ଭ କରି ଗାଁଠାରୁ ସହର ସବୁଠି ଚଳଚଂଚଳ । ଘରେ ଘରେ ଜମୁଛି ପୂଜାପାଠ ଓ ପିଠାପଣାର ଆସର । ଛୋଟରୁ ବଡ ସମସ୍ତେ ନୂଆ ପୋଷାକ ପିନ୍ଧି ନୂଆଁଖାଇ ପାଳନ କରୁଛନ୍ତି ।