ସମ୍ବଲପୁରରେ ଦେଢ କୋଟି ଟଙ୍କା ମିଳିବା ଘଟଣା : ୮ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ

26

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ଦେଢକୋଟି ଟଙ୍କା ମିଳିବା ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପୁଲିସ । ଏତେ ପରିମାଣର ଟଙ୍କା ସେମାନଙ୍କ ପାଖରେ କେଉଁଠୁ ଓ କିପରି ଆସିଲା ସେ ନେଇ ମାରାଥନ୍ ଜେରା କରିବ ପୁଲିସ ।

୮ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁର ଏସବିଆଇ ମୁଖ୍ୟ ଶାଖାର ଅଧିକାରୀ ରଶ୍ମିରଂଜନ ରାଉତ ଅଛନ୍ତି । ଏହା ସହ ମଦ ବ୍ୟବସାୟୀ ଜେୟାରତ ଅଲି ଓ ତାଙ୍କର ତିନି ପୁଅ ମଧ୍ୟ ଅଛନ୍ତି ।

ଏହା ସହ ଅନ୍ୟ ଅଭିଯୁକ୍ତମାନେ ହେଲେ ରଶ୍ମିରଂଜନଙ୍କ ବଡ ଭାଇ ପଂକଜ କୁମାର ରାଉତ, କପିଲ ଝାଝରିଆ ଓ ରବି ତ୍ରିବେଦୀ । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ ଗତକାଲି ଅନୁମତି ଦେଇଥିଲେ ସମ୍ବଲପୁର ଏସଡିଜେଏମ କୋର୍ଟ ।

କିଛି ଦିନ ତଳେ ଅଭିଯୁକ୍ତ ମାନଙ୍କ ନିକଟରୁ ୧ କୋଟି ୪୨ ଲକ୍ଷ ୯୧ ହଜାର ୫ ଶହ ଟଙ୍କା ଜବତ କରିଥିଲା ପୋଲିସ । ସେଥି ମଧ୍ୟରୁ ୮୫ ଲକ୍ଷ ୬୨ ହଜାର ଟଙ୍କାର ନୂଆ ନୋଟ ଓ ୨୫ ଲକ୍ଷ ୨୯ ହଜାର ଟଙ୍କାର ପୂରୁଣା ନୋଟ୍ ଜବତ ହୋଇଥିଲା । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :