ସମ୍ବଲପୁରରେ ନିଆରା ଉଦ୍ୟମ ! ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଦଣ୍ଡ ବଦଳରେ ଦିଆଯାଉଛି ତାଲିମ

146

କନକ ବ୍ୟୁରୋ : ଓଡ଼ିଶାରେ ଦୁର୍ଘଟଣା ଦିନକୁ ଦିନ ବଢି ଚାଲିଛି । ତଥାପି ଲୋକେ ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଏହାର ପ୍ରଭାବ ଅଧିକ ରହିଛି । ସଡକ ଦୁର୍ଘଟଣା କମ କରିବା ଲାଗି ପ୍ରଶାସନ ତରଫରୁ ଅନେକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ଦେଖିବାକୁ ମିଳିପାରି ନାହିଁ । ଏପରିସ୍ଥଳେ ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ପାଇଁ ନୂଆ ନିୟମ ଆଣିଛି ସମ୍ବଲପୁର ପୋଲିସ ।

ସମ୍ବଲପୁର ପୋଲିସର ନୂଆ ନିୟମ । ଦଣ୍ଡ ବଦଳରେ ଦିଆଯାଉଛି ତାମିଲ । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀକାରୀଙ୍କୁ ଜୋରିମାନ ଭଳି ଦଣ୍ଡ ଦିଆଯାଉନାହିଁ । ବରଂ ସେମାନଙ୍କୁ ଟ୍ରାଫିକ ପାର୍କ ନିଆଯାଇ ତାଲିମ ଦିଆଯାଉଛି । ସମ୍ବଲପୁରର ବିଭିନ୍ନ ଅଂଚଳରୁ ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କୁ ଧରାଯାଇ ସମ୍ବଲପୁର ବାଲିବନ୍ଧାଠାରେ ଥିବା ଟ୍ରାଫିକ ପାର୍କକୁ ଅଣାଯାଉଛି ଓ ସେଠାରେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଘଂଟାଏ ତାଲିମ ଦିଆଯାଉଛି ।

ଲୋକମାନେ ମଧ୍ୟ ଭୁଲକୁ ବୁଝି ତାଲିମ ନେଉଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଦଳ ସହର ପରିକ୍ରମା କରୁଛନ୍ତି ଓ ସେହି ମୟରେ ଟ୍ରାଫିକ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଟ୍ରାଫିକ ପାର୍କ ଆଣୁଛନ୍ତି । ଲୋକଙ୍କୁ ସଚେତନ କରିବାକୁ ସମ୍ବଲପୁର ପୋଲିସ ଏଭଳି ପଦକ୍ଷେପ ନେଇଛି ।