ସମ୍ବଲପୁର କିସିଣ୍ଡା ଡାଙ୍ଗଟେକା ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ଜବତ ! ୨ ଟି ରାଇଫଲ, ୪୮୪ ରାଉଣ୍ଡ ଗୁଳି ଓ ୨ଟି ଗ୍ରେନେଡ୍ ଜବତ

24

କନକ ବ୍ୟୁରୋ : ମାଓବାଦୀ ଲୁଚାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । କିସିଣ୍ଡା ଡାଙ୍ଗଟେକା ସଂରକ୍ଷିତ ଜଙ୍ଗଲରୁ ଏହି ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ରାଇଫଲ, ହ୍ୟାଣ୍ଡ ଗ୍ରେନେଡ, ୪୮୪ ରାଉଣ୍ଡ ଗୁଳି ଓ ୨ଟି ଟିଫିନ ବୋମା । ରାଉରକେଲା-ସମ୍ବଲପୁର ପୋଲିସର ମିଳିତ ଚଢାଉ ବେଳେ ଏହି ସବୁ ସାମଗ୍ରୀ ଜବତ ହୋଇଛି ।