ସମ୍ବଲପୁର : ସ୍କୁଲରେ ପାଠ ପଢ଼ା ସମୟରେ ଶିକ୍ଷୟିତ୍ରୀଙ୍କୁ ମାଲିିସ୍ କରୁଛନ୍ତି ଛାତ୍ରୀ

90

କନକ ବ୍ୟୁରୋ : ସ୍କୁଲରେ ପାଠ ପଢ଼ା ବଦଳରେ ଶିକ୍ଷୟିତ୍ରୀଙ୍କୁ ମାଲିିସ୍ କରୁଛନ୍ତି ଛାତ୍ରୀ । ସ୍କୁଲରେ ପାଠ ପଢ଼ା ସମୟରେ ଦୀର୍ଘ ସମୟ ଧରି ଆରାମ କରୁଛନ୍ତି ଶିକ୍ଷୟିତ୍ରୀ । ଆଉ ତାଙ୍କୁ ମାଲିସ କରୁଛନ୍ତି ଛାତ୍ରୀ ଜଣକ । ଖାଲି ଏତିକି ନୁହେଁ କିପରି ମାଲିସ କରାଯିବ ତାହା ମଧ୍ୟ କହିଚାଲିଛନ୍ତି । ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରୀ ଜଣକ ତାଙ୍କୁ ମାଲିସ୍ ଦେଉଛନ୍ତି । ସିକିଡି ଉନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଭାବନୀୟ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡ଼ିଓରେ ଦେଖିବାକୁ ମିଳିଛି ସେହି ସମାନ ଶିକ୍ଷୟିତ୍ରୀ ଜଣକ ବିଭିନ୍ନ ଦିନ ଭିନ୍ନ ଭିନ୍ନ ଛାତ୍ରୀଙ୍କୁ ମାଲିସ କରିବା ପାଇଁ କହିବା ପରେ ଛାତ୍ରୀମାନେ ତାଙ୍କର ମାଲିସ କରୁଛନ୍ତି ।

ବାରମ୍ବାର ଏପରି ଘଟଣା ଘଟିବା ସତ୍ୱେ ଚେତୁନାହାନ୍ତି ଶିକ୍ଷକ, ଶିକ୍ଷୟତ୍ରୀ । କିଛି ଦିନ ପୂର୍ବରୁ ଏପରି କିଛି ସମସାୟୟିକ ଘଟଣା ସାମ୍ନାକୁ ଆସିଥିଲା ।  ଅନୁଗୁଳ ଜିଲ୍ଲା ଅମାନ୍ତପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ସ୍କୁଟି ଧୋଉଥିଲେ ଛାତ୍ର ଛାତ୍ରୀ । ସ୍କୁଲର ଶିକ୍ଷୟିତ୍ରୀ ସଯୁକ୍ତା ମାଝୀଙ୍କର ସ୍କୁଟି କାଦୁଅ ହୋଇଯାଇଥିବାରୁ ସେ ପିଲା ମାନଙ୍କୁ ଧୋଇବାକୁ କହିଥିଲେ । ତେବେ ଏନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପଚରାଯିବାରୁ କହିଥିଲେ ପିଲାମାନେ ଗୁରୁ ଦକ୍ଷିଣା ଦେବା ଉଚିତ୍ । ତେଣୁ ପିଲାମାନଙ୍କୁ ଗାଡି ଧୋଇବାକୁ କହିଥିଲି । ତେବେ ଏହି ଘଟଣାକୁ ନିନ୍ଦା କରିବା ସହ ସ୍ଥାନୀୟ ଅଂଚଳ ଏବଂ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ତେବେ ଏଇଠି ପ୍ରଶ୍ନ ଉଠୁଛି ବାରମ୍ବାର ଏପରି ଘଟଣା ଘଟୁଛି କାହିଁକି ?