ଓଡିଶା ଉପରେ ଛତିଶଗଡ଼ ନିଶା ବେପାରୀଙ୍କ ଆଖି ! ସମ୍ବଲପୁର ମାର୍କେଟରେ ଖୁଲମଖୁଲା ବିକ୍ରୀ ହେଉଛି ନିଷିଦ୍ଧ ମେଡିସିନ କୋରେକ୍ସ

30

କନକ ବ୍ୟରୋ: ଓଡିଶା ଉପରେ ଛତିଶଗଡ଼ ନିଶା ବେପାରୀଙ୍କ ନଜର । ଓଡିଶା ବଜାରକୁ ଛତିଶଗଡ଼ରୁ ଆସୁଛି ନିଶା ଦ୍ରବ୍ୟ । ଯାହା ପ୍ରମାଣ ପୁଣି ଥରେ ପୁଲିସ ହାତରେ ଲାଗିଛି । ସମ୍ବଲପୁର ବଜାରରେ ଖୁଲମଖୁଲା ବିକ୍ରି ହେଉଛି ଛତିଶଗଡ଼ରୁ ଆସୁଥିବା କୋରେକ୍ସ । ଔଷଧ ନାଁରେ ବିକ୍ରୀ ହେଉଛି ନିଶା । ଏଭଳି ଏକ ତଥ୍ୟ ଲାଗିଛି ସମ୍ବଲପୁର ପୁଲିସ ହାତରେ । ସମ୍ବଲପୁର ପୁଲିସ ଅଚାନକ ବାଲିବନ୍ଧା ଅଂଚଳରେ କୋରେକ୍ସ ବିକୁଥିବା ଜଣେ ବେପାରୀଙ୍କ ଉପରେ ଚଢାଉ କରି ଆନ୍ତରାଜ୍ୟ ରାକେଟର ପର୍ଦ୍ଦାଫାସ୍ କରିଛି ।

ବାଲିବନ୍ଧା ଅଁଚଳର ବିକାଶ ବାଗ ୫୦ ବୋତଲ କୋରେସ୍କ ନେଇ ବିକ୍ରୀ କରୁଥିବା ବେଳେ ପୁଲିସ ହାତରେ ଧରା ପଡିଛନ୍ତି । ଗତ କିଛି ଦିନ ତଳେ ରାଜଘାଟ ନିକଟରେ କୋରେକ୍ସ ବିକ୍ରୀ କରୁଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି ଆଜଣ ରାଜେଶ ଧରୁଆ । ତାଙ୍କୁ ମଧ୍ୟ ପୁଲିସ ଗିରଫ କରିବା ସହ ତାଙ୍କ ଠାରୁ ଦେଢଶହ ବୋତଲ କୋରେକ୍ସ ଜବତ କରିଥିଲା । ପରେ ତାର ସୂଚନା ଅନୁସାରେ ପୁଲିସ ଏକ ଦଳ ଗଠନ କରି ଛତିଶଗଡ଼ ମହାସମୁଦ ଅଂଚଳର ହୋଲସେଲର ସତିଶ ଅଗ୍ରଓାଲକୁ ଗିରଫ କରିଥିଲା । ତାଙ୍କ ପାଖରୁ ମଧ୍ୟ ୧୮୫ ବୋତଲ କୋରେକ୍ସ ଜବତ ହୋଇଥିବା ।

କଫ ପାଇଁ ମେଡିସିନ ଆକାରରେ ନିଅଯାଉଥିବା କଫ ସିରଫକୁ ନିଶା ଆକାରରେ ଚୋରାରେ ବେପାର କରୁଛନ୍ତି ଏହି ବେପାରୀ ମାନେ । ଇସ୍କଫ ଓ ଓନରେସ୍କ୍ ନାମକ ଦୁଇଟି କମ୍ପାନୀର କଫ ସିରଫକୁ ବିଶେଷ କରି ନିଶା ଆକାରରେ ନେଉଥିବା ବେଳେ ଏହାର ମୂଲ୍ୟ ୧୦୦ ଟଙ୍କାରୁ କମ୍ ଥିବା ବେଳେ ଏହାକୁ ୨୦୦ ରୁ ୩୦୦ ଟଙ୍କାରେ ବିକ୍ରୀ କରନ୍ତି ବ୍ୟବସାୟୀମାନେ । ବରଗଡ଼ ଜିଲ୍ଲା ଦେଇ ଛତିଶଗଡ଼ରୁ ସମ୍ବଲପୁରକୁ ଏମାନେ ଆସୁଥିବା ଜଣାପଡିଛି ।