ସମ୍ବଲପୁର ମଣ୍ଡଳର କାରାଗାରରୁ ଜେଲରଙ୍କ ଚାମ୍ବରରୁ ଟଙ୍କା ଜବତ ଘଟଣା : ୨ ଡିଆଇଜିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ଆଇଜି

24

କନକ ବ୍ୟୁରୋ : ସମ୍ବଲପୁର ମଣ୍ଡଳ କାରାଗାର ଜେଲରଙ୍କ ଚାମ୍ବରରୁ ଟଙ୍କା ଜବତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ଆଇଜି ଅରୁଣ ରାୟ । ୨ ଡିଆଇଜିଙ୍କ ତଦନ୍ତ ଦାୟିତ୍ୱ ଦିଆଯାଇଛି । ୪୮ ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଆଇଜି ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଜେଲର ସୁଶାନ୍ତ ରାଉତଙ୍କ ଚାମ୍ବରରୁ ୧୬ ଲକ୍ଷ ୧୭ ହଜାର ୮୭୦ ଟଙ୍କା ଜବତ ହୋଇଥିଲା । ଏହାସହ ୯ଟି ମୋବାଇଲ ଓ ବିପୁଳ ମାଦକ ଦ୍ରବ୍ୟ ଜବତ କରିଥିଲା ପୋଲିସ । ଜେଲ୍ ଭିତରେ ବ୍ୟାପକ ନିଶା କାରବାର ହେଉଥିବା ବାରମ୍ବାର ଅଭିଯୋଗ ଆସିବା ପରେ ପୋଲିସ ଅଚନାକ ଚଢାଉ କରିଥିଲା । ଏସପିଙ୍କ ସମେତ ୧୫ ଜଣ ଅଫିସର ଓ ୩ ପ୍ଲାଟୁନ ଫୋର୍ସ ଏହି ଚଢାଉରେ ସାମିଲ ହୋଇଥିଲେ । ଚଢାଉବେଳେ ଜେଲର ସୁଶାନ୍ତ ରାଉତଙ୍କ ଆଲମାରୀ ଲକରରୁ ଏହି ଟଙ୍କା ଜବତ ହୋଇଥିଲା । ଚାମ୍ବରରେ ଏତେ ଟଙ୍କା କୁଆଡୁ ଆସିଲା ଓ ଏହି ଟଙ୍କା କାହାର ସେ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।