ସମ୍ବଲପୁର ଜନୁମାନ ଜୟନ୍ତୀ ଉତ୍ସବରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ! ଗିରଫଦାରି ବିରୋଧରେ ଗଣଧାରଣା

30

କନକ ବ୍ୟୁରୋ : ସମ୍ବଲପୁର ଜନୁମାନ ଜୟନ୍ତୀ ଉତ୍ସବରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ତାତି ଉଠିଛି ହନୁମାନ ସମନ୍ୱୟ ସମିତି । ହନୁମାନ ଜୟନ୍ତୀ ଉତ୍ସବ ଦିନ ପୂର୍ବତନ ବିଧାୟକ ଜୟନାୟରଣ ମିଶ୍ର ଓ ଅନ୍ୟ ସଦସ୍ୟଙ୍କୁ ଆଇପିସି ଧାରା ୧୦୭ରେ ଗିରଫ କରିଥିଲା ପୁଲିସ । ସେହି ଗିରଫଦାରି ବିରୋଧରେ ଆଜି ବିକ୍ଷୋଭ କରୁଛି ସମିତି ।

ଆନ୍ଦୋଳନକାରୀ ଆରଡିସିଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ହନୁମାନ ସମନ୍ୱୟ ସମିତିର ଆନ୍ଦୋଳନକୁ ସମନ୍ଥନ କରିଛି ବଲାଙ୍ଗିର ହନୁମାନ ଜୟନ୍ତି କମିଟି । ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଥିବା ବେଳେ ଅଇନଶୃଙ୍ଖଳା ଦୃୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।