ଗୁପ୍ତ ଶିବିରରେ କନକ ନ୍ୟୁଜ୍

76

ସମ୍ବଲପୁର : ସମ୍ବଲପୁର ହନୁମାନ ଜୟନ୍ତିରେ ଏଥରର ମୁଖ୍ୟ ଆକର୍ଷଣ ପାଲଟିବ ମହିଳାଙ୍କ ଖଣ୍ଡା ଚାଳନା । କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି ମହିଳାଙ୍କ ଗୁପ୍ତ ଅଭ୍ୟାସର ଚିତ୍ର । ସେପେଟେ ଗତବର୍ଷ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଖଣ୍ଡାଚାଳନା ଓ ପୁଲିସକୁ ମାଡ ଅଭିଯୋଗ ଘଟଣା ପରେ ପୁଲିସ୍ ଆଗୁଆ ଭାବେ ୫୦ ଜଣଙ୍କ ନାଁରେ ୧୦୭ ନୋଟିସ୍ ଜାରି କରିଛି । ତେଣୁ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଆଖଡା ପ୍ରଦର୍ଶନକୁ ନେଇ ବିବାଦ ପୁଣି ଥରେ ମୁଣ୍ଡ ଟେକିଛି ।

ଗତବର୍ଷ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଖଣ୍ଡାଚାଳନା ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ବିବାଦୀୟ କରିଥିଲା । ପୁଲିସକୁ ଆକ୍ରମଣ ଅଭିଯୋଗରେ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରି ଜେଲ୍ ପଠାଇଥିଲା ପୁଲିସ୍ । ମାମଲା ପହଂଚିଥିଲା ହାଇକୋର୍ଟରେ । ଜୟନାରାୟଣଙ୍କ ନାଁରେ ଲାଗିଥିବା ଦଫାକୁ ନେଇ ହାଇକେର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏବେ ବି ଏହି ମାମଲା କୋର୍ଟରେ ବିଚାରଧୀନ । ସେପଟେ ପୁଣି ଆସୁଛି ହନୁମାନ ଜୟନ୍ତୀ । ଆଉ ଏହା ପୂର୍ବରୁ ମହିଳାଙ୍କ ଏହି ଗୁପ୍ତ ଅଭ୍ୟାସ , ଶୋଭାଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିିତି ଉପରେ ପ୍ରଶ୍ନ ଛିଡା କରିଛି ।