ଶ୍ରେୟା ପରେ ସୃଷ୍ଟି : ପୁଣିଥରେ ସମ୍ବଲପୁରର ଝିଅ ଦେଖେଇଲେ କମାଲ

35

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରର ଝିଅ ବି.ଶିବସୃଷ୍ଟି ବିଶ୍ୱ ଦରବାରରେ ଓଡ଼ିଶା ତଥା ସମ୍ବଲପୁରକୁ ପରିଚିତ କରାଇଛନ୍ତି । ଫିଲିପାଇନ୍ସରେ ଚାଲିଥିବା ମିସ୍ ଏସିଆ ପାସିଫିକ ଇଂଟରନ୍ୟାସନାଲରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ସମ୍ବଲପୁରର ବି.ଶିବସୃଷ୍ଟି । ଫିଲିପାଇନ୍ସର ମନିଲାଠାରେ ୧୬ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ୨୩ତାରିଖରେ ଏହାର ଫାଇନାଲ ଇଭେଂଟ ଆୟୋଜିତ ହେବ ।

୪୦ଟି ଦେଶର ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି । ସମ୍ବଲପୁର ପ୍ରଧାନପଡା ନିବାସୀ ବି.କେ ସଞ୍ଜୀବ ଓ ବି.ସାଲୁଜାଙ୍କ ଝିଅ ବି.ଶିବସୃଷ୍ଟି । ବାଙ୍ଗାଲୁରୁରେ ଇଂଜିନିୟର ଭାବେ କାର୍ଯ୍ୟକରୁଥିବା ବେଳେ ସେ ମଡେଲିଂ ଆରମ୍ଭ କରିଥିଲେ । ଏହାସହ ବିଭିନ୍ନ ମଡେଲିଂ ସୋ’ ଓ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଛନ୍ତି । ସୃଷ୍ଟି ଏବେ ଅର୍ନ୍ତଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଥିବା ଯୋଗୁଁ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମେତ ପୁରା ସମ୍ବଲପୁର ସହର ତାଙ୍କ ପାଇଁ ଗର୍ବିତ ।