ସଫଳତା ଆଣିଲେ ସମ୍ବଲପୁରର କୁନି ଝିଅ ! ଲିଟିଲ ମିସ୍ ବେଙ୍ଗଲୋରର ସୁନ୍ଦରୀ ତାଜ ପିନ୍ଧିଲେ ଅର୍ପିତା ବେହେରା

37

କନକ ବ୍ୟୁରୋ: ସଫଳତା ଆଣିଲେ ସମ୍ବଲପୁରର କୁନି ଝିଅ । ଲିଟିଲ ମିସ୍ ବେଙ୍ଗଲୋର ସୁନ୍ଦରୀ ପ୍ରତିଯୋଗୀତାରେ ବିଜୟ ଲାଭ କରିଛନ୍ତି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ । ପୂର୍ବରୁ ଏବି ଏହି ମାଟିରୁ ୨୨ ଜଣ ସୁନ୍ଦରୀ ଦେଶ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଓଡିଶାର ନାଁ ରଖିଛନ୍ତି ।

ଲିଟିଲ ମିସ୍ ବେଙ୍ଗଲୋରର ସୁନ୍ଦରୀ ତାଜ ପିନ୍ଧିଛନ୍ତି ସମ୍ବଲପୁର ସାକ୍ଷୀପଡାର ରାକେଶ ବେହେରା ଓ ବୀଣାପଣି ବେହେରାଙ୍କ ଝିଅ ଅର୍ପିତା ବେହେରା । ବେଙ୍ଗଲୋରରୁ ରେଡ୍ ବ୍ରିଜ୍ ଇଂଟରନ୍ୟାସନାଲ ସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗୀତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ଅର୍ପିତା । ୫ ରୁ ୧୨ ବର୍ଷର ଝିଅମାନଙ୍କୁ ନେଇ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିଲା ଅଡିସନ୍ । ୧୫ଟି ପର୍ଯ୍ୟାୟରେ ଅଡିସବ ହୋଇଥିବା ବେଳେ ୩ଟି ପର୍ଯ୍ୟାୟରେ ପ୍ରତିଯୋଗୀତା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୭୬୧, ଜଣ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ଓ ଶେଷ ପର୍ଯ୍ୟାୟରେ ୨୪ ଜଣ ପ୍ରତିଯୋଗୀ ଥିଲେ । ଶେଷରେ ଗତ ୧୮ ଓ ୧୯ରେ ଦୁଇ ଦିନ ଧରି ହୋଇଥିବା ଫାଇନାଲ ଫାଇଟରେ ସମସ୍ତଙ୍କୁ ପଛରେ ପକାଇ ଲିଟିଲ ମିସ୍ ବେଙ୍ଗଲୋର ତାଜ ପିନ୍ଧିଛନ୍ତି ଅର୍ପିତା ।

ଅନ୍ୟପଟେ, ସମ୍ବଲପୁର ବିଧାୟିକା ଅର୍ପିତା ଓ ତାଙ୍କ ମା’ବାପାଙ୍କୁ ସମ୍ମାନୀତ କରିବା ସହ ଅର୍ପିତାଙ୍କର ଉତ୍ତରଉତ୍ତର ଉନ୍ନତି କାମନା କରିଛନ୍ତି । ଓଡିଶାର କଳା ସଂସ୍କୃତି ସାଙ୍ଗକୁ ସମ୍ବଲପୁରୀ ନୃତ୍ୟ ଓ ମଦର ଟେରସାଙ୍କ ଉପରେ ବ୍ୟକ୍ତବ୍ୟ ଦେଇ ବିଚାରକ ମଣ୍ଡଳିଙ୍କୁ ଆକୃଷ୍ଟ କରିଥିଲେ ଲିଟିଲ ମିସ୍ ବେଙ୍ଗଲୋର ସୁନ୍ଦରୀ ଅର୍ପିତା ।