ସମ୍ବଲପୁରରେ ଟ୍ରେନ ଆଗରେ ପରିବାରର ଗଣ ଆତ୍ମହତ୍ୟା ଘଟଣା ! ରାଉରକେଲା ଜିଆରପି ଏସପିଙ୍କ ନେତୃତ୍ୱରେ ବୈଠକ

15

କନକ ବ୍ୟୁରୋ : ସମ୍ବଲପୁରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଟ୍ରେନ୍ ଆଗରେ ଡେଇଁ ଆତ୍ମହତ୍ୟା ଘଟଣାର କାରଣ ଖୋଜିବ ପୁଲିସ । ଆଜି ରାଉରକେଲା ଜିଆରପି ଏସପିଙ୍କ ନେତୃତ୍ୱରେ ଏକ ବୈଠକ ବସିବ । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ଆତ୍ମହତ୍ୟାର କାରଣ ଖୋଜିବାକୁ ଏକ ସ୍ୱତନ୍ତ୍ର ଦଳ ଗଠନ ହେବ । କଣ ପାଇଁ ଗୋଟିଏ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କଲେ ତାର ତନାଘନା କରିବ ଟିମ । ସେପଟେ ଗୁରୁତ୍ୱପୂଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଆତ୍ମହତ୍ୟା କରିବା ଦିନ ସକାଳୁ କିଛି ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିବା ପାଇଁ ଯାଇଥିଲେ ଧରଣୀଧର ପଣ୍ଡା ଓ ତାଙ୍କ ପତ୍ନୀ । କିନ୍ତୁ ନିରାଶ ହୋଇ ଫେରିଥିଲେ । ଫଳରେ ମିଳିମିଶି ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ । ମୃତ ଧରଣୀଧରଙ୍କ ସମ୍ପର୍କୀୟ କହିଛନ୍ତି, ଏଭଳି ପଦକ୍ଷେପ ନେବା ପୂର୍ବରୁ ପରିବାରର ସମସ୍ତେ ସହମତି ଦେଇଥିବେ ।