କାଳ ହେଲା ଅଦିନିଆ ବର୍ଷା ! ସମ୍ବଲପୁରରେ ଫସଲ ନଷ୍ଟ ଯୋଗୁଁ ଋଣ ସୁଝିବା ଚିନ୍ତାରେ ଚାଷୀ

33

କନକ ବ୍ୟୁରୋ : ଚାଷୀମାନଙ୍କ ଚିନ୍ତାର କାରଣ ପାଲଟିଛି ଅଦିନିଆ ବର୍ଷା । ଅଦିନିଆ ବର୍ଷା ଯୋଗୁଁ ସମ୍ବଲପୁର ଚାଷୀ ଏବେ ଚିନ୍ତାରେ । ବୋଝ ଉପରେ ନଳିତା ବିଡ଼ା ପରି ଏବେ ଚାଷୀଙ୍କ ଉପରେ ଦାଉସାଜିଛି ବର୍ଷା । ଅଦିନିଆଁ ବର୍ଷା ଯୋଗୁଁ ପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଟମାଟୋ ସବୁ ଫାଟିଯିବା ସହିତ କୋବି, ବାଇଗଣ ଫସଲ ନଷ୍ଟ ହୋଇଯାଇଛି । ଫଳରେ ଋଣ ଆଣି ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏପଟେ ସମ୍ବଲପୁରରେ ପରିବା ଚାଷୀମାନେ ଅଭାବ ବିକ୍ରିର ଶିକାର ହେଉଛନ୍ତି । ବଜାର ଦରହ୍ରାସ ସାଙ୍ଗକୁ ଅଦିନିଆଁ ବର୍ଷା କାଳ ହୋଇଛି ଚାଷୀଙ୍କ ପାଇଁ ।

ହାତ ଉଧାରୀ ବ୍ୟାଙ୍କ ଲୋନ କରି ଫସଲ କରିଥିଲେ ଚାଷୀ । ଏବେ ଚାଷୀଙ୍କ ମୁଣ୍ଡରେ ଚିନ୍ତା ସାଜିଛି ଋଣ ସୁଝିବେ କିପରି । ଛତିଶଗଡ଼ ପରିବା ସମ୍ବଲପୁରରେ ମିଳୁଥିବାବେଳେ ସ୍ଥାନୀୟ ପରିବାର ଚାହିଦା ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ଆସିପାରିନାହିଁ । ଏଭଳି ପରିସ୍ଥିତି ଲାଗି ରୁହେ ତେବେ ଅନେକ ଚାଷୀ କ୍ଷତି ସହିବେ ବୋଲି ଅନୁମାନ କରାଯାଇଛି ।