ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ! ଅକ୍ଷୟ ତୃତୀୟାରେ କରାଗଲା କନ୍ୟା ପିତା ଚୟନ

26

କନକ ବ୍ୟୁରୋ: ଶନିବାର ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଯାତ୍ରା ପାଇଁ ସମ୍ବଲପୁର ସହରର ଶିବାଳୟଗୁଡ଼ିକରୁ ଥାଳଉଠା କାର୍ଯ୍ୟକ୍ରମ ହୋଇଯାଇଛି । ଅକ୍ଷୟ ତୃତୀୟାରେ ଶୀତଳଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ଚୟନ ହେବା ସହ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଛି । ପ୍ରମୁଖ ଶିବାଳୟ ନନ୍ଦପଡ଼ାର ବାଲୁଙ୍କେଶ୍ୱରରେ ଥାଳଉଠା କାର୍ଯ୍ୟକ୍ରମ ସରିଛି ।

ସେହିପରି ଝାଡ଼ୁଆପଡ଼ାର ଲୋକନାଥ ବାବା, ମୋଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବୁଢ଼ାରାଜା, ବଡ଼ବଜାରରେ ଥାଳଉଠା କାର୍ଯ୍ୟକ୍ରମ ସରିଛି । ପାରଂପରିକ ପୁଜାର୍ଚ୍ଚନା ପରେ ଯାତ୍ରା କମିଟିର ମାତା ପାର୍ବତୀଙ୍କର ପିତା ମାତା ଚୟନ କରାଯାଇଥିଲା । ଥାଳଉଠା କାର୍ଯ୍ୟକ୍ରମର ଠିକ ମାସକ ପରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ ।