ଶିକ୍ଷୟିତ୍ରୀ ପିନ୍ଧିବେ ସମ୍ବଲପୁରୀ ଶାଢୀ : ଛାତ୍ରଛାତ୍ରୀଙ୍କ ପାଇଁ ବି ହେବ ସମ୍ବଲପୁରୀ ଡ୍ରେସ କୋଡ

86

କନକ ବ୍ୟୁରୋ :  ବଦଳିବ ଦିଦିଙ୍କ ନୂଆ ୟୁନିଫର୍ମ । ଶିକ୍ଷୟିତ୍ରୀଙ୍କ ଶାଢିରେ ଶୋଭା ପାଇବ ସମ୍ବଲପୁରୀ । ଶାଢିର ଧଡି ଓ ଆଂଚଲରେ ସ୍ଥାନ ପାଇବ ବାନ୍ଧକଳା । ଶାଢିରେ ପାରମ୍ପରିକ ହସ୍ତତନ୍ତ ବାନ୍ଧକଳାକୁ ସ୍ଥାନ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ପ୍ରାଇମେରୀ ଓ ହାଇସ୍କୁଲ ଶିକ୍ଷକଙ୍କ ୟୁନିଫର୍ମ ବଦଳିବ । ପରେ କଲେଜ୍ ଶିକ୍ଷକ ଏବଂ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ୟୁନିଫର୍ମରେ ସମ୍ବଲପୁରୀ ଡିଜାଇନ୍ ସ୍ଥାନ ପାଇବ ।

ସ୍କୁଲରେ ଶିକ୍ଷକଙ୍କ ୟୁନିଫର୍ମ ବଦଳାଇବାକୁ ଯୋଜନା ପ୍ରସ୍ତୁତ ହୋଇସାରିଲାଣି । ଏନେଇ ଦୁଇ ଦୁଇ ଥର ଘୋଷଣା ବି କରିସାରିଲେଣି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ । ହେଲେ ଗଣଶିକ୍ଷା ବିଭାଗ ପାଖରେ ଏନେଇ ଖବର ନାହିଁ । ଶାଢିରେ ଓଡିଶାର ପାରମ୍ପରିକ ଇକତ୍ ବାନ୍ଧକଳା ସ୍ଥାନ ପାଇଲେ, ରାଜ୍ୟର କଳା ସଂସ୍କୃତିର ବିକାଶ ଘଟିବ । ଓଡିଶାର ପ୍ରାଚୀନ ହସ୍ତତନ୍ତର ପ୍ରଚାର ପ୍ରସାର ହେବ । ତେବେ ନୂଆ ଡ୍ରେସକୋଡ୍ ଆସିବା ପୂର୍ବରୁ ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ନରହିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।