ସମ୍ବଲପୁର ଧମା ରାସ୍ତାରେ ଦୁର୍ଘଟଣା ! ହାଇୱା ସହ ଧକ୍କା ହୋଇ ଜଳିଗଲା ଟ୍ରକ, ଜଣେ ଜୀବନ୍ତଦଗ୍ଧ ଓ ଜଣେ ଗୁରୁତର

19

କନକ ବ୍ୟୁରୋ : ସମ୍ବଲପୁର ଧମା ରାସ୍ତାରେ ହାଇୱା ଟ୍ରକ ଧକ୍କା । ଧକ୍କାରେ ଟ୍ରକଟି ସମ୍ପୁର୍ଣ୍ଣ ଜଳିଯାଇଛି । ଟ୍ରକ ସହ ଜୀବନ୍ତ ଦଗ୍ଧ ହୋଇଯାଇଛି ହେଲପର । ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଧମା ପଟୁ ଆସୁଥିବା ଏକ ହାଇୱା ଧନୁପାଲି ପଟୁ ଆସୁଥିବା ଟ୍ରକକୁ ଧକା ଦେଇଥିଲା । ପ୍ରଥମେ ହାଇୱାରେ ନିଆଁ ଲାଗିଯାଇଥିଲା । ଏହାପରେ ଟ୍ରକରେ ନିଆଁ ଲାଗିଥିଲା ।

ଜଣେ ହେଲପର ଓ ଜଣେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲା ଦମକଳ ବାହିନୀ । ନିଆଁକୁ ଆୟତ କରିବା ପାଇଁ ଘଂଟାଏ ସମୟ ଲାଗିଥିଲା । ଗାଡିର ନମ୍ବର ଅନୁଯାୟୀ ଗୋଟିଏ ଗାଡି ଝାରସୁଗୁଡା ଓ ଅନ୍ୟ ଗାଡିଟି ବରଗଡ ଜିଲ୍ଲାର ବୋଲି ଜଣାପଡିଛି ।