ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ : ସମ୍ବଲପୁରରେ ସ୍କୁଲ ବୁଲି ଶିକ୍ଷାଦାନ ପ୍ରକ୍ରିୟାର କଲେ ଅନୁଧ୍ୟାନ

24

କନକ ବ୍ୟୁରୋ : ସ୍କୁଲରେ ଶିକ୍ଷାଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ସହିତ ପିଲାଙ୍କୁ ପାଠ ପଢାଇଲେ ସମ୍ବଲପୁର ଜିଲ୍ଲାପାଳ । ସମ୍ବଲପୁରରେ ମୋ ସ୍କୁଲ ଯୋଜନା ଆରମ୍ଭ ହୋଇଛି । ଟିଚ୍ ଫର ସମ୍ବଲପୁର କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ସପ୍ତାହରେ ୪୦ ଟି ସ୍କୁଲରେ ଏହା ଚାଲିଛି ।

 

ବିନା ମୂଲ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆସି ସରକାରୀ ସ୍କୁଲରେ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ତେବେ ଏହା କିପରି ଚାଲିଛି ତାର ତଦାରଖ ନିଜେ ଜିଲ୍ଲାପାଳ କରିଛନ୍ତି । ଶିକ୍ଷାଧିକାରୀଙ୍କୁ ସାଙ୍ଗରେ ଧରି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସେହି ସମୟରେ ଛାତ୍ରଛାତ୍ରୀଙ୍କ ଗହଣରେ ଜିଲ୍ଲାପାଳ ବସିବା ସହ ନିଜେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।