ସମ୍ବଲପୁରରେ କଡ଼ା ମୁକାବିଲା । ରାସେଶ୍ୱରୀଙ୍କୁ ମଙ୍ଗ ଧରାଇଲେ ସୁପ୍ରିମୋ, ୨୦୧୪ ପ୍ରତିଶୋଧ ନେବାକୁ ବିଜେପିରୁ ଜୟନାରାୟଣ ପ୍ରସ୍ତୁତ ।

ଗତକାଲି ବିଜେଡି ସୁପ୍ରିମୋ ପଶ୍ଚିମ ଓଡିଶାର ହାଇପ୍ରୋଫାଇଲ ଲୋକସଭା ସମ୍ବଲପୁର ଅଧୀନରେ ଆସୁଥିବା ସମ୍ବଲପୁର ବିଧାନସଭା ଆସନ ପାଇଁ ରାସେଶ୍ୱରୀଙ୍କ ନାଁ ଘୋଷଣା କରିବା ପରେ ରାସେଶ୍ୱରୀଙ୍କ ସମର୍ଥକମାନେ ଉତ୍ସାହିତ ଅଛନ୍ତି ।

143

କନକ ବ୍ୟୁରୋ: ସମ୍ବଲପୁର ବିଧାନସଭା କ୍ଷେତ୍ରରେ ପୁଣି ସାମ୍ନାସାମ୍ନି ହେବେ ଦୁଇ ହେଭିୱେଟ୍ । ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଗତଥର ପରାଜିତ ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ପୁଣି ଟିକେଟ୍ ଦେବାପରେ ଗତକାଲି ବିଜେଡି ସୁପ୍ରିମୋ ମଧ୍ୟ କାର୍ଡ ଖୋଲିଛନ୍ତି । ଆଉ ୨୦୧୪ର ଫଳାଫଳକୁ ପୁନରାବୃତ୍ତି କରିବା ପାଇଁ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କୁ ପୁଣି ସମ୍ବଲପୁର ଭାର ଦେଇଛନ୍ତି ବିଜେଡି ସୁପ୍ରିମୋ । ଏବେ ଉଭୟଙ୍କ ମଧ୍ୟରେ ଆସନ୍ତା ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମହାଲଢ଼େଇ ହେବ ବୋଲି ଆଶା ରଖିଛନ୍ତି ଉଭୟଙ୍କ ସମର୍ଥକ ।

ଗତ ୨୦୧୪ ସାଧାରଣ ନିର୍ବାଚନକୁ ଅନୁଧ୍ୟାନ କଲେ ଜଣାପଡେ ଯେ, ଏହି ଆସନରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ଜୟନାରାୟଣଙ୍କ ବିଜୟଧାରାରେ ଗତଥର ବ୍ରେକ୍ ଲଗାଇଥିଲେ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀ ଏହି ନିର୍ବାଚନରେ ସମୁଦାୟ ୪୮,୩୬୨ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାସେଶ୍ୱରୀ ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜୟନାରାୟଣଙ୍କୁ ୯,୯୫୮ ଖଣ୍ଡ ଭୋଟରେ ହରାଇଥିଲେ । ଏବଂ ଜୟ ନାରାୟଣ ମୋଟ୍ ୩୮, ୪୦୪ ଖଣ୍ଡ ଭୋଟ ପାଇଥିଲେ, ଯାହାକି ସମୁଦାୟ ଭୋଟର ୩୩.୯୩ ପ୍ରତିଶତ ଥିଲା । ତେବେ ବିଜେପି ଏଥର ପୁଣି ଜୟନାରାୟଣଙ୍କୁ ଟିକେଟ୍ ଦେଇ ୨୦୧୪ ବଦଲା ବିଜେଡି ଠାରୁ ନେବାକୁ ବଳକଷିଛି । ସେପଟେ ବିଜେଡି ମଧ୍ୟ ରାସେଶ୍ୱରୀଙ୍କୁ ବିଜୟଧାରା ବଜାୟ ରଖିବାକୁ ଟିକେଟ୍ ଦେଇଛି ।

ଗତକାଲି ବିଜେଡି ସୁପ୍ରିମୋ ପଶ୍ଚିମ ଓଡିଶାର ହାଇପ୍ରୋଫାଇଲ ଲୋକସଭା ସମ୍ବଲପୁର ଅଧୀନରେ ଆସୁଥିବା ସମ୍ବଲପୁର ବିଧାନସଭା ଆସନ ପାଇଁ ରାସେଶ୍ୱରୀଙ୍କ ନାଁ ଘୋଷଣା କରିବା ପରେ ରାସେଶ୍ୱରୀଙ୍କ ସମର୍ଥକମାନେ ଉତ୍ସାହିତ ଅଛନ୍ତି । ଗତଥର ବିଜେତା ରାସେଶ୍ୱରୀଙ୍କୁ ନବୀନ ପୁଣିଥରେ ମୈଦାନକୁ ଓହ୍ଲାଇବା ସ୍ପଷ୍ଟ କରିଛି ଯେ, ବିଜେପିକୁ କଡ଼ା ଟକ୍କର ଦେବା ପାଇର୍ ନବୀନ ତିଳେମାତ୍ର ରିସ୍କ ନେବାକୁ ଚାହୁନାହାନ୍ତି । ତେଣୁ ଏହି ଆସନ ପାଇଁ ଅନେକ ଦାବିଦାର ଥିଲେ ମଧ୍ୟ ସୁପ୍ରିମୋ ରାସେଶ୍ୱରୀଙ୍କୁ ବାଛିଛନ୍ତି । ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଏବେ ସମ୍ବଲପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.