ଭିନ୍ନ ଢଙ୍ଗରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ : ଲୋକଙ୍କ ଚୁଟି ଓ ଦାଢି କାଟି କରୁଛନ୍ତି ଟଙ୍କା ରୋଜଗାର

31

କନକ ବ୍ୟୁରୋ : ପୁଣି ଭିନ୍ନ ଢଙ୍ଗରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ୪୭ ଦିନ ଧରି ଧାରଣା ଜାରି ରଖିଥିବା ସମ୍ବଲପୁର ଆମ୍ବୁଲାନ୍ସ କର୍ମଚାରୀମାନେ ପଇସା ସରଯିବାରୁ ଟଙ୍କା ପାଇଁ ଲୋକଙ୍କ ଦାଢି କାଟି ଟଙ୍କା ରୋଜଗାର କରୁଛନ୍ତି । ୨୦ରୁ ୩୦ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ୟୁନିଫର୍ମ ପିନ୍ଧି ଚଉକି ପକେଇ ଲୋକଙ୍କ ଚୁଟି ଓ ଦାଢି କାଟିଥିଲେ । ବିଭିନ୍ନ ଦାବିକୁ ନେଇ ସଂଗଠନର ଆନ୍ଦୋଳନ ୧୬ ଦିନରେ ପହଂଚିଥିବା ବେଳେ ରାତି ଅଧରେ ପୁଲିସ ବଳପୂର୍ବକ ଗିରଫ କରିଥିଲା ।

ଯାହାର ପ୍ରତିବାଦରେ ଡିସେମ୍ବର ୮ ତାରିଖରୁ ପୁଣି ଆନ୍ଦୋଳନକୁ ଓହ୍ଲା୍ଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ପୂର୍ବରୁ ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ଭିକ ମାଗିବା ସହ କଚେରୀ ପାଖରେ ଜୋତା ପଲିସ୍ କରିଥିଲେ ଆନ୍ଦୋଳନକାରୀ । ତେବେ ଏତେ ଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଶାସନିକ ଆନ୍ଦୋଳନକାରୀଙ୍କ ଦାବୀ ଶୁଣୁନଥିବାରୁ ଅସନ୍ତୋଷ ବଢୁଛି ।