ନୂଆଁଖାଇ ପୂର୍ବରୁ ସମ୍ବଲପୁରରେ ଶୋକର ଛାୟା ! ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ମୃତ, ୨ ଗୁରୁତର

134

କନକ ବ୍ୟୁରୋ : ସମ୍ବଲପୁର ୫୫ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସମ୍ବଲପୁରର ଜୁଜୁମରାରେ ଟ୍ରକ-ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭ରୁ ଅଧିକ ଯାତ୍ରୀ ଗୁତରଭାବେ ଆହତ ହୋଇଛନ୍ତି । ଏହାସହ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି ।

ମିଳିଥିବା ସୂଚନା ଅନୁଯାୟୀ, ଓଡି ୦୫ ଏଏ ୩୮୨୭ ନମ୍ବର ବିଶିଷ୍ଟ ଏକ ୧୦ ଚକିଆ ଟ୍ରକ ସମ୍ବଲପୁରରୁ କଟକ ଅଭିମୁଖେ ଆସୁଥିବା ବେଳେ ଜୁଜୁମୁରାରୁ ଯାତ୍ରୀ ନେଇ ସମ୍ବଲପୁର ଯାଉଥିବା ଓଡ଼ି ୧୫ ଏଫ ୨୦୩୦ ନମ୍ବର ବିଶିଷ୍ଟ ଟାଟା ମ୍ୟାଜିକ ସହିତ ଭବାନୀପାଲି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟାଟା ମ୍ୟାଜିକ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।