ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣା ! ପ୍ରାଣ ହରାଇଥିବା ୧୦ଜଣଙ୍କୁ ଏକସାଙ୍ଗରେ ନିଆଗଲା ମଶାଣି

49

କନକ ବ୍ୟୁରୋ : ଏକା ସାଙ୍ଗରେ ହେବ ଶବ ସଂସ୍କାର । ଗତକାଲି ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ ଜଣଙ୍କୁ ଏକ ସାଙ୍ଗରେ ମଶାଣିକୁ ନିଆଯାଇଛି । ଏହା ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି । ଗତକାଲି ସମ୍ବଲପୁର ଜୁଜୁମରା କପିଳେଶ୍ୱରଙ୍କୁ ଦର୍ଶନ ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୦ଜଣଙ୍କ ଜୀବନ ଯାଇଥିଲା । ଭକ୍ତଙ୍କୁ ନେଇ ଫେରୁଥିବା ଟାଟା ମ୍ୟାଜିକ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା ଟ୍ରକ୍ ।

ଏଥିରେ ସମ୍ବଲପୁର ଗୁଡିପଡାର ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ଗୁରୁତରଙ୍କୁ ସମ୍ବଲପୁର ସଦର ଓ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।