ଯୋଗ ସଂଘ ଓ ସମ୍ବାଦର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ହେଲା ପ୍ରଥମ ଯୋଗାଥନ । ସବୁ ବର୍ଗର ଲୋକଙ୍କ ବହୁ ସଂଖ୍ୟାରେ ଅଂଶଗ୍ରହଣ

86

କନକ ବ୍ୟୁରୋ: ‘ସମ୍ବାଦ’ ପକ୍ଷରୁ ଉଦଘାଟିତ ହୋଇଛି ଓଡିଶା ଯୋଗାଥନ । ଓଡିଶା ଯୋଗ ସଂଘ ଏବଂ ସଂବାଦର ମିଳିତ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି ଓଡିଶା ଯୋଗାଥନ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଯୋଗ ଶିକ୍ଷା କରିଛନ୍ତି । ଏହି ଯୋଗ କାର୍ଯ୍ୟକ୍ରମରେ ପୁରୁଷ, ମହିଳାଙ୍କ ସହିତ ବହୁ ସଂଖ୍ୟାରେ ଯୁବକ , ଯୁବତୀ , ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଶିବାଚିଦାନନ୍ଦ ସରସ୍ୱତୀ , ରାଜେନ୍ଦ୍ର ପ୍ରସାଦ କୃଷି ବିଦ୍ୟାଳୟର କୁଳାଧିପତି ପ୍ରଫୁଲ ମିଶ୍ର ଓ ଇଷ୍ଟନ୍ନ ମିଡିଆ ଗ୍ରୁପର ପରିଚାଳନା ନିର୍ଦେଶକ ମୋନିକା ନାୟର ପଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଅନ୍ୟ ଅତିଥୀ ଭାବେ ଯୋଗ ପ୍ରଶିକ୍ଷକ ବିଭୁଦତ ରାଉତ, ଅରୁଣ ରାଉତ, ସୁବାସ ଦାସ ଓ ପ୍ରଶାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଶିକ୍ଷକ ଯୋଗର ଉପାଦେୟତା ଉପରେ ଆଲୋଚନା କରିଥିଲେ । ଚଳିତ ବର୍ଷର ଏହି ଓଡିଶା ଯୋଗାଥନ୍ ବହୁ ମାତ୍ରାରେ ସଫଳ ହୋଇଥିବା କହିଛନ୍ତି ଆୟୋଜକ ।