ସମ୍ବାଦ ପକ୍ଷରୁ ମେଧାବୃତି ପ୍ରଦାନ ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ! ମାଟ୍ରିକ ଓ ଯୁକ୍ତ ଦୁଇରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମିଳିଲା ମେଧାବୃତି

42

କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ମେଧାବୃତି ପ୍ରଦାନ ଓ ମୁରୁଜ ପ୍ରତିଯୋଗିତା ଭୁବନେଶ୍ୱର ବଡଗଡସ୍ଥିତ ବିଜେଇଏମ ସ୍କୁଲରେ ଅନୁଷ୍ଠିତ ହୋଇଛି । ସମ୍ବାଦର ବିତରକ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚଳିତବର୍ଷ ୧୮୧ ଜଣ ମହିଳା ମୁରୁଜ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ୫ଜଣ କୃତକାର୍ଯ୍ୟ ମହିଳାଙ୍କୁ ଅର୍ଥରାଶି ସହ ପୁରସ୍କାର ପ୍ରଦାନ କରାଯାଇଛି ।ମୁରୁଜ ପ୍ରତିଯୋଗିତାରେ ବିତରକ ବନ୍ଧୁ ଅରୁଣ ଦେଙ୍କ ପତ୍ନୀ ମଞ୍ଜୁଲତା ଦେ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ ଅଶୋକ ପାଣ୍ଡବଙ୍କ ପତ୍ନୀ ଅର୍ପିତା ପାଣ୍ଡବଙ୍କୁ ୨ୟ ପୁରସ୍କାର ଓ ପ୍ରଦୀପ ସାହୁଙ୍କ ପତ୍ନୀ ମୋନାଲିସା ସାହୁଙ୍କୁ ୩ୟ ପୁରସ୍କାର ମିଳିଛି । ସେହିଭଳି ସଞ୍ଜୀବ ବାରିକଙ୍କ ପତ୍ନୀ ଝୁମି ବାରିକ ଓ ରମେଶ ସାହୁଙ୍କ ପତ୍ନୀ ରୁକ୍ମିଣୀ ସାହୁଙ୍କୁ ସ୍ୱାନ୍ତନାମୂଳକ ପୁରସ୍କାର ଦିଆଯାଇଥିଲା।

ମାଟ୍ରିକ ଓ ଯୁକ୍ତ ଦୁଇରେ ଭଲ ନମ୍ବର ରଖି ପାସ କରିଥିବା ୧୫ଜଣ ବିତରକଙ୍କ ପୁଅ,ଝିଅଙ୍କୁ ମେଧାବୃତି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ବାର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଯୋଗ ଦେଇଥିଲେ । ସମ୍ବାଦ ପକ୍ଷରୁ ଏଭଳି ପ୍ରତିଯୋଗିତାକୁ ସାଧାରଣ ଲୋକ ପସନ୍ଦ କରିଛନ୍ତି ।