ମାଟ୍ରିକ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ସମ୍ବର୍ଦ୍ଧିତ

145

କନକ ବ୍ୟୁରୋ : କଟକ ଶାରଳା ଭବନ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ  ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ କଟକ ଜିଲ୍ଲାର ପ୍ରାୟ ୨ ଶହ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସଂସ୍ଥାର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ । ସମ୍ବର୍ଦ୍ଧନା ପରେ ଛାତ୍ରଛାତ୍ରୀମାନେ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ ସଂକଳ୍ପ ନେଇଛନ୍ତି ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ରେଡିଓ ଚକୋଲେଟ ମୁଖ୍ୟ ତନୟା ପଟ୍ଟାନାୟକ, ଇଷ୍ଟର୍ଣ ମିଡିଆ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, ବୋର୍ଡ ସଭାପତି ସୁଶାନ୍ତ ଦାଶ ଏବଂ ଓପିଏସି ସଦସ୍ୟ ସତ୍ୟକାମ ମିଶ୍ର । ସମସ୍ତ ମଂଚାସୀନ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାଟ୍ରିକ୍ ସଫଳତା ନେଇ ଶୁଭେଚ୍ଛା ଜଣାଇବା ସହ ଆଗକୁ ଭବିଷ୍ୟତରେ କିପରି ଅଧିକ ସଫଳତା ପାଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ ।

ଦୀର୍ଘ ଦଶ ବର୍ଷ ଧରି ସମ୍ବାଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ପଛର ମୂଳ ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ଉତ୍ସାହିତ କରିବା ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି । ସମ୍ବାଦ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରାଯାଉଛି ।