ସମ୍ବାଦ କର୍ପୋରେଟ୍ ଏକ୍ସିଲେନସ ଆୱାର୍ଡ଼- ୨୦୧୮! ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରିବାକୁ ସମ୍ବାଦ ଗ୍ରୁପର ନୂଆ ପ୍ରୟାସ, ଉନ୍ମୋଚିତ ହେଲା ଲୋଗୋ

60

କନକ ବ୍ୟୁରୋ : ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ବ୍ରାଣ୍ଡ ଅଫ ଓଡ଼ିଶା ପ୍ରାଇଡ଼ ଅଫ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନସ ଆୱାର୍ଡ଼ର ୨୦୧୮ର ଲୋଗୋ ଉନ୍ମଚିତ ହୋଇଯାଇଛି । ହୋଟେଲ ନିଉ ମାରିୟନ ଠାରେ ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ସାମିଲ ହୋଇଥିଲେ । ସମ୍ବାଦ ପକ୍ଷରୁ ଜାନୁଆରୀ ୧୯ରେ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହେବ ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡ଼ ୨୦୧୮ । ଏଥିରେ ଓଡିଶାର ସଫଳ କଂପାନୀଗୁଡିକୁ ପୁରସ୍କୃତ କରାଯିବ । ପ୍ରତି ବର୍ଗରେ ତିନିଟି ଶ୍ରେଷ୍ଠ କଂପାନିକୁ ପ୍ଲାଟିନମ, ଗୋଲ୍ଡ, ଏବଂ ସିଲଭର ପୁରସ୍କାର ଦିଆଯିବ । ଏହି ପୁରସ୍କାର ନିମନ୍ତେ ଆବେଦନକାରୀ ଡବ୍ଲୁଡବ୍ଲୁଡବ୍ଲୁ ଡଙ୍କ୍ ସମ୍ବାଦ ଆୱାର୍ଡ ଡଟ୍ ଇନକୁ ଯାଇ ଫର୍ମ ଡାଉନଲୋଡ କରିପାରିବେ । ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ଜାନୁଆରୀ ୬ ।

4ଏହି ଅବସରରେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସମ୍ବାଦ କର୍ପୋରେଟ ଏକ୍ସିଲେନସ ଆୱାର୍ଡ଼ ୨୦୧୮ ଯୋଜନା ଅନୁଯାୟୀ, ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ । ପାଞ୍ଚଟି ବର୍ଗରେ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ ।

ଏହି ଅବସରରେ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, ଓଡ଼ିଶା ସରକାର ୨୦୨୦ ସୁଦ୍ଧା ଓଡ଼ିଶାକୁ ଦେଶର ୩ୟ ବୃହତ୍ତମ ଷ୍ଟାର୍ଟ ଅପ ହବ୍ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ ୧୦୦୦ ଷ୍ଟାର୍ଟଅପକୁ ସ୍ୱୀକୃତି ପ୍ରଦାନ କରି ପ୍ରେତ୍ସାହିତ କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏପର୍ୟ୍ୟନ୍ତ ପ୍ରାୟ ୨୫୨ଟି ଷ୍ଟାର୍ଟଅପକୁ ଚିହ୍ନଟ କରାଯାଇଛି ଓ ତା’ମଧ୍ୟରୁ ପ୍ରାୟ ୧୯ଟି ଷ୍ଟାର୍ଟଅପକୁ ପ୍ରେତ୍ସାହନ ପାଣ୍ଠି ପ୍ରଦାନ କରାଯାଇଛି ।