ମାଟ୍ରିକ ଚାମ୍ପିଆନଙ୍କୁ ସମ୍ବର୍ଦ୍ଧନା : ପୁରୀ, ଖୋର୍ଦ୍ଧା ଓ ନୟାଗଡର ୩୯୦ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ମାନ, ଯୋଗ ଦେଲେ ପିଲାଙ୍କ ସହ ଶିକ୍ଷକ ଓ ଅଭିଭାବକ

48

କନକ ବ୍ୟୁରୋ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରୁଛି ସମ୍ବାଦ । ଆଜି ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମଠାରେ ଆୟୋଜିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ, ଖୋର୍ଦ୍ଧା ଓ ନୟାଗଡର ଏ-ୱାନ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି ।

୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ସମ୍ବାଦ ପକ୍ଷରୁ ମାଟ୍ରିକ ଚାମ୍ପିଅନ କାର୍ଯ୍ୟକ୍ରମରେ ସମ୍ବର୍ଧନା ଦିଆଯାଉଛି । ଆଜିର କାର୍ଯ୍ୟକ୍ରମରେ ପଂଚମ ଅର୍ଥ କମିଶନ ଅଧ୍ୟକ୍ଷ ରବିନାରାୟଣ ସେନାପତି ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ତଥା ଇଷ୍ଟର୍ଣ୍ଣ ମିଡିଆ ଅଧକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି ।