ପଛୁଆ ଜିଲ୍ଳାର ଆଗୁଆ ପିଲା! ଜୟପୁରରେ ମାଟ୍ରିକ୍ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବାଦ କଲା ସମ୍ମାନିତ

29

କନକ ବ୍ୟୁରୋ: ପଛୁଆ ଜିଲ୍ଳାର ଆଗୁଆ ପିଲା । କୋରାପୁଟ ଭଳି ଉପାନ୍ତ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ଉଲେଖନୀୟ ସଫଳତା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଉ ଏହି ପ୍ରତିଭାମାନଙ୍କୁ ଖୋଜି ବାହାର କରିବାରେ ସହାୟକ ପାଲଟିଛି ସମ୍ବାଦ । ଜୟପୁରରେ ମାଟ୍ରିକ୍ ପରିକ୍ଷାରେ ସଫଳ ହୋଇ ଚର୍ଚ୍ଚାରେ ରହିଥିବା ୧୦୭ ଛାତ୍ରଛାତ୍ରୀମାନଙ୍କୁ ସମ୍ବାଦ ସମ୍ମାନିତ କରିଛି ।

ସମ୍ବାଦର ସମ୍ପାଦକ ସୌମ୍ୟରଞନ ପଟ୍ଟନାୟକ ଏମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀ ଭାବେ ସେଂଟ୍ରାଲ ୟୁନିଭର୍ଶିଟିର କୁଳପତି ଓ ଉପଜିଲ୍ଲାପାଳ ଯୋଗଦେଇଥିଲେ । ବିଶେଷ କରି ମାଓ ଅଚଂଳରୁ ବାହାରି ଭବିଷ୍ୟତ ଗଢିବାରେ ଛାତ୍ରଛାତ୍ରୀ ଆଶା ଖୋଜୁଥିବା ବେଳେ ସମ୍ବାଦ ସହାୟକ ହେବ ବୋଲି ସୌମ୍ୟରଞନ କହିଥିଲେ ।