ଆଜି ୱାଲ୍ଡ ହାର୍ଟ ଡେ : ଭୁବନେଶ୍ୱରରେ କଳିଙ୍ଗ ହସ୍ପିଟାଲ ଓ ସମ୍ବାଦ ପକ୍ଷରୁ ୱାକାଥନ୍

39

କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ ହୃଦୟ ଦିବସ । ଏହି ଅବସରରେ ସମ୍ବାଦ ଓ କଳିଙ୍ଗ ହସ୍ପିଟାଲ ଆନୁକୂଲ୍ୟରେ ରାଜଧାନୀରେ ଅନୁଷ୍ଠିତ ହେଉଛି ମାରାଥନ ୱାକାଥନ । ଜନସଚେତନତା ଉଦ୍ଦେଶ୍ୟରେ ଭୁବନେଶ୍ୱର ଜନତା ମଇଦାନରୁ କଳିଙ୍ଗ ହସ୍ପିଟାଲ ଯାଏଁ ପଦଯାତ୍ରା କରାଯାଇଛି । ଏଥିରେ ସାମିଲ ହୋଇଥିଲେ ପୁଲିସ କମିସନର, ଅନ୍ତରାଷ୍ଟ୍ରୀୟ କ୍ରିକେଟର ଦେବାଶିଷ ମହାନ୍ତି, ଆଥେଲେଟିକ୍ସ ଦୂତି ଚାନ୍ଦ, ସମ୍ବାଦ ଗ୍ରୁପର ମୋନିକା ନାୟାର ।

ପ୍ରତିବର୍ଷ ସେପ୍ଟେମ୍ବର ୨୯କୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା ଓ ହୃଦୟର ଯତ୍ନ ନେବା । ହୃଦରୋଗ ସଂପର୍କରେ ଜନ ଜାଗରଣ ପାଇଁ ବିଶ୍ୱବ୍ୟାପୀ ହେଉଛି ଉଦ୍ୟମ । ଏଥିସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ମାନ୍ୟଗଣ ବ୍ୟକ୍ତିଙ୍କ ସମେତ ବହୁ ଅଂଶଗ୍ରହଣରୀମାନେ ମଧ୍ୟ ଯୋଗଦେଇଥିଲେ।