ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା : ୩୦ଟି ଜିଲ୍ଲାର ୩୭୨ଟି କେନ୍ଦ୍ରରେ ଭାଷାଜ୍ଞାନ,ଚିତ୍ରାଙ୍କନ ପରୀକ୍ଷା

96

vlcsnap-2016-09-11-15h01m20s520କନକ ବ୍ୟୁରୋ : ସମ୍ବାଦ ଆମ ଓଡିଶାର ରାଜ୍ୟସ୍ତରୀୟ -୨୦୧୬ ପ୍ରତିଯୋଗିତା । ରାଜ୍ୟର ୩୧୪ଟି ବ୍ଲକ୍ ଏବଂ ୩୦ଟି ଜିଲ୍ଲାର ମୋଟ ୩୭୨ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବନ୍ଧ ଓ ଭାଷାଜ୍ଞାନ ପରୀକ୍ଷା ହୋଇଥାଏ ।

ପରୀକ୍ଷା କେନ୍ଦ୍ରର ବିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରତିଯୋଗୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କାର ପ୍ରଦାନ କରାଯିବ । ଜୋନ ସ୍ତରରେ ଏହିସବୁ ପରୀକ୍ଷାରେ କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ । ପ୍ରତିଯୋଗିତାରେ ଭାଗ ନେବାପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି । ସମ୍ବାଦର ୩୨ତମ ସ୍ୱନକ୍ଷତ୍ର ଉପଲକ୍ଷେ ଆୟୋଜିତ ହୋଇଛି ଏହି ପ୍ରତିଯୋଗିତା ।