‘ସମ୍ବାଦ’-ଆମ ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ! ସବୁ ବ୍ଲକ୍, ପୌରାଚଂଳ ଓ ଜିଲ୍ଲା ସଦରମହକୁମାର ଲକ୍ଷାଧିକ ଛାତ୍ରଛାତ୍ରୀ ସାମିଲ

114

କନକ ବ୍ୟୁରୋ: ସମ୍ବାଦର ସ୍ୱନକ୍ଷତ୍ର ଦିବସ ପୂର୍ବରୁ ପ୍ରତିବର୍ଷ ଆୟୋଜନ କରାଯାଉଥିବା ପ୍ରତିଭା ଅନ୍ୱେଷଣ, ‘ସମ୍ବାଦ’-ଆମ ଓଡ଼ିଶା ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ଯ୍ୟାୟ ଆଜି ଆୟୋଜିତ ହେଉଛି । ରାଜ୍ୟର ସବୁ ବ୍ଲକ୍, ପୌରାଚଂଳ ଓ ଜିଲ୍ଲା ସଦରମହକୁମାର ମୋଟ୍ ୪୦୨ଟି କେନ୍ଦ୍ରରେ ଏହା ଚାଲିଛି । ଏହି ପ୍ରତିଯୋଗିତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି ।

ପ୍ରଥମରୁ ପଂଚମ ଶ୍ରେଣୀର ଛାତ୍ର ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଓ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ୧ ଘଂଟାର ଏହି ପରୀକ୍ଷା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହାଛଡା ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ପରୀକ୍ଷା ଖାତା ଚୂଡାନ୍ତ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବ ।

ସୂଚନା ମୁତାବକ, ‘ସମ୍ବାଦ’ର ସ୍ୱନକ୍ଷତ୍ର ଦିବସର ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ଆୟୋଜନ କରାଯାଉଥିବା ପ୍ରତିଭା ଅନ୍ୱେଷଣର ମହାପର୍ବ ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ୟ୍ୟାୟ ଆଜି (ରବିବାର) ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି ।

ରାଜ୍ୟର ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ଜିଲ୍ଲା ସଦର ମହକୁମାର ମୋଟ ୪୦୨ଟି ପରୀକ୍ଷା କେନ୍ଦ୍ରରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ୧ ଘଣ୍ଟାର ଏହି ପରୀକ୍ଷା ଶେଷ ହେବା ପରେ ପରେ ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। କେବଳ ସେତିକି ନୁହେଁ; ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ପରୀକ୍ଷା ଖାତା ଚୂଡ଼ାନ୍ତ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବ ।