ସମ୍ବାଦର ୩୪ ତମ ବାର୍ଷିକ ଉତ୍ସବ । ସ୍ୱନକ୍ଷତ୍ର ଉତ୍ସବରେ ସାମିଲ ହେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ‘ଦ ୱେୟାର’ର ପ୍ରତିଷ୍ଠାତା ସଂପାଦକ ସିଦ୍ଧାର୍ଥ ବରଦରାଜନ

55

କନକ ବ୍ୟୁରୋ : ଆଜି ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ‘ସମ୍ବାଦ’ର ଚତୁସ୍ତ୍ରିଂଶତ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଏବଂ ‘ହିନ୍ଦୁ’ର ପୂର୍ବତନ ସଂପାଦକ ତଥା ‘ଦ ୱାୟାର’ର ପ୍ରତିଷ୍ଠାତା ସଂପାଦକ ବିଖ୍ୟାତ ସାମ୍ବାଦିକ ଶ୍ରୀ ସିଦ୍ଧାର୍ଥ ବରଦରାଜନ୍ ମୁଖ୍ୟବକ୍ତା ଭାବେ ଯୋଗଦେବେ।

ଏହି ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାର ବିଜେତା, ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତା, ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ଏହି ଉତ୍ସବରେ ‘ସମ୍ବାଦ’ର ଶୁଭେଛୁ ଓ ରାଜ୍ୟର ବୁଦ୍ଧିଜୀବୀମାନେ ଯୋଗ ଦେବାପାଇଁ ‘ସମ୍ବାଦ’ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।