ଟ୍ରେନ ଟ୍ରାକରୁ ହଠାଇ ଦିଆଯାଇଥିଲା ଫିସ୍ ପ୍ଲେଟ , ଲାଇନଚ୍ୟୁତ ହେଲା ସମଲେଶ୍ୱରୀ ଏକ୍ସପ୍ରେସ ।

43

କନକ ବ୍ୟୁରୋ : ରାୟଗଡ଼ା ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ସମଲେଶ୍ୱରୀ ଏକ୍ସପ୍ରେସ ।କେହି ଦୁବୃର୍ତ୍ତ ଟ୍ରେନରୁ ଫିସ ପ୍ଲେଟ ବାହାର କରିଦେଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନସରରେ ଟ୍ରେନ ନମ୍ବର ୧୮୦୦୫ ହାୱଡାରୂୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଅପରାହ୍ନ ୫ଟା ୧୬ ମିନିଟ ସମୟରେ ଲାଇନଚ୍ୟୁତ ହୋଇଥିଲା ।

ସିଙ୍ଗାପୁର ରୋଡ଼ ଓ କେଉଡ଼ିଗୁଡା ମଧ୍ୟରେ ଥିବା ଟ୍ରେନ ଲାଇନରୁ ଫିସ ପ୍ଲେଟ ବାହାର କରି ଦିଆଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ମିିଳିଥିବା ସୂଚନା ଅନୁସାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାସ୍ଥଳକୁ ରାୟଗଡ଼ା ଏଆରଟି ଯାଉଛନ୍ତି । ଦୁର୍ଘଟଣାଗସ୍ତ ଟ୍ରେନକୁ ରାୟଗଡ଼ା ନିଆଯିବା ପରେ ସେଠାରୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବ ସମଲେଶ୍ୱରୀ ଏକ୍ସପ୍ରେସ । ଦୁର୍ଘଟଣା ଯୋଗୁଁ ଅପଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।