ସମାଜବାଦୀ ପାର୍ଟିରେ ଆଜି ଆସିପାରେ ନୂଆମୋଡ : ଦଳୀୟ ଚିହ୍ନ ସାଇକେଲକୁ ନେଇ ଜାରି ରହିଛି ସସପେନ୍ସ

40

କନକ ବ୍ୟୁରୋ : ସମାଜବାଦୀ ପାର୍ଟିରେ ଚାଲିଥିବା କ୍ଷମତା ଯୁଦ୍ଧରେ ଆଜି କିଛି ନୂଆ ମୋଡ ଆସିପାରେ ବୋଲି ଆଶା କରାଯାଉଛି । ଗୋଟିଏ ପଟେ ଦଳ ସୁପ୍ରିମୋ ମୁଲାୟମ ଓ ପୁଅ ଅଖିଲେଶଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଅନ୍ୟପଟେ ଉଭୟ ଗୋଷ୍ଠୀର ବର୍ତମାନ ଦଳୀୟ ସଙ୍କେତ ଉପରେ ନଜର ରହିଛି । ତେବେ ଦଳୀୟ ଚିହ୍ନ ସାଇକେଲ କାହା ପାଖରେ ରହୁଛି ତାହା ଆଜି ନିର୍ବାଚନ କମିଶନ ଫଏସଲା କରିବେ ।

ମୁଲାୟମଙ୍କ ସମସ୍ତ ସର୍ତକୁ ପ୍ରତ୍ୟାଖାନ କରି ସମସ୍ତ କ୍ଷମତା ନିଜ ହାତରେ ରଖିବାକୁ ଅଖିଲେଶ ଚାହୁଁଛନ୍ତି । ଅନ୍ୟପଟେ ସେ କେବଳ ରାମଗୋପାଳ ଯାଦବଙ୍କ ଭରସାରେ ଗୋଟି ଚାଳନା କରୁଛନ୍ତି । ଅନ୍ୟପଟେ ମୁଲାୟମ,ଶିବପାଲ ଓ ଅମର ସିଂହଙ୍କ ରଣନୀତି ୟୁପି ରାଜନୀତିରେ ଭିନ୍ନ ବାତାବରଣ ସୃଷ୍ଟି କରିବ ବୋଲି ଚର୍ଚା ହେଉଛି ।