ସଂସଦରେ ସାଂସଦଙ୍କ ନାରା ପ୍ରତିଯୋଗୀତା ! କିଏ ଜୟ ଶ୍ରୀରାମ ତ କିଏ ଅଲ୍ଲାହୁ-ଅକବରର ଦେଲେ ନାରା, ବନ୍ଦେ ମାତରମ୍ କହିବାକୁ ଅମଙ୍ଗିଲେ ଏହି ସାଂସଦ ।

335

ଲୋକସଭାରେ ମଙ୍ଗଳବାର ଶପଥ ନେବା ସମୟରେ ସମାଜବାଦୀ ପାର୍ଟିର ସାଂସଦ ଶଫିକୁର୍ରହମାନ୍ “ବନ୍ଦେ ମାତରମ୍” କହିବାକୁ ମନା କରିଦେଇଥିଲେ । ସେ ଏହାକୁ ଇସଲାମ୍ ବିପକ୍ଷରେ ଥିବା କଥା କହିଥିଲେ । ଉତ୍ତରପ୍ରଦେଶର ସଂମ୍ଭଲରୁ ନିର୍ବାଚନ ଜିତିଥିବା ଶଫିକୁର୍ରହମାନ୍ ଶପଥ ନେବା ପରେ ସେ କହିଥିଲେ “ବନ୍ଦେ ମାତରମ୍” ହେଉଛି ଇସଲାମ୍ ବିରୋଧ ତେଣୁ ଏହାକୁ ମୁଁ କହିପାରିବି ନାହିଁ । ଏହାପରେ ସଂସଦରେ ଉପସ୍ଥିତ ଥିବା ବାକି ସାଂସଦ “ବନ୍ଦେ ମାତରମ୍” ଏବଂ “ଜୟ ଶ୍ରୀରାମ”ର ନାରା ଲଗାଇବା ଆରମ୍ଭ କରିଦେଇଥିଲେ । ଅନେକ ସାଂସଦ ଶଫିକୁର୍ରହମାନ୍ ର ଏହି ବୟାନକୁ ବିରୋଧ କରିଥିଲେ ଏବଂ ତାଙ୍କୁ କ୍ଷମା ମାଗିଥିଲେ ।

ମଙ୍ଗଳବାରକୁ ସଂସଦରେ ପ୍ରତ୍ୟେକ ସାଂସଦ ଶପଥ ନେବା ପରେ ଭିନ୍ନ ଭିନ୍ନ ନାରା ଲଗାଇଥିଲେ । ଏହି ନାରା ମଧ୍ୟରେ ଜୟ ଶ୍ରୀରାମ,ରାଧେ ରାଧେ,ଜୟ ମା କାଳୀ,ଜୟ ମା ଦୂର୍ଗା,ଅଲ୍ଲାହୁ-ଅକବର,ଭାରତ ମାତା କି ଜୟ,ଇନକଲାବ୍ ଜିନ୍ଦାବାଦ୍ ଭଳି ନାରା ଗୁଞ୍ଜରିତ ହେଉଥିଲା । ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଅଲ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ୍ ମୁସଲିମ୍ ପ୍ରମୁଖ ଅସଦୁଦ୍ଦିନ୍ ଓୱେସୀ ।

ଯିଏ ବିଜେପିର ଜୟ ଶ୍ରୀରାମ ଏବଂ ବନ୍ଦେ ମାତରମ୍ ନାରା ମଧ୍ୟରେ ମଙ୍ଗଳବାର ଶପଥ ନେଇଥିଲେ । ସେ ଅଲ୍ଲାହୁ-ଅକବର ନାରା ଦେଇଥିଲେ । ଅଧିକାଂଶ ବିଜେପି ସାଂସଦ ଶପଥ ନେବା ସମୟରେ ଜୟ ଶ୍ରୀରାମ ଏବଂ ଭାରତ ମାତା କି ଜୟ ନାରା ଲଗାଉଥିଲେ । ତୃଣମୂଳ କଂଗ୍ରେସର କାକୋଲି ଘୋଷ୍ ବିଜେପି ସାଂସଦଙ୍କ ନାରା ସମୟରେ ପଲଟା ଆକ୍ରମଣ କରି କହିଥିଲେ ‘ଜୟ ହିନ୍ଦ୍ ଜୟ ବଙ୍ଗାଲ୍’ ।