୧୯ ତାରିଖ ସୁଦ୍ଧା ଶେଷ ହେବ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ୍ ମରାମତି

54

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ ହେବ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ୍ ମରାମତି । ସେହିପରି କାଲିଠୁ ବିକଳ୍ପ ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହେବ । ବ୍ରିଜ ଫାଟର ଯାଂଚ ପରେ ଏଭଳି ନିଷ୍ପତି ନେଇଛି ପ୍ରଶାସନ । ସମଯାଜପୁର ରେଲୱେ ଓଭରବ୍ରିଜ ଦିବାଦ ସମ୍ନାକୁ ଆସିବା ପରେ ଆଜି ଘଟଣା ସ୍ଥଳକୁ ଯାଇ ଯାଂଚ କରିଛନ୍ତି ପୂର୍ତବିଭାଗ ସଚିବ ନଳନୀକାନ୍ତ ପ୍ରଧାନ । ଏନଏଚଏଆଇ ଓଡିଶା ମୁଖ୍ୟ ଧର୍ମାନନ୍ଦ ଷଡଙ୍ଗୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ସାର୍ଥକ ଷଡଙ୍ଗୀ ମଧ୍ୟ ବ୍ରିଜ ଫାଟର ଅନୁଧ୍ୟାନ କରିଛନ୍ତି । ବିକଳ୍ପ ରାସ୍ତା ଖୋଲିବା ନେଇ ଆଲୋଚନା ହୋଇଛି ।  ଆସନ୍ତାକାଲି ସକାଳୁ ବିକଳ୍ପ ରାସ୍ତାରେ ଗାଡି ଚଳାଚଳ ହେବ । ୨ଟି ବିକଳ୍ପ ରାସ୍ତାରେ ଗାଡି ଚଳାଚଳ ହେବ । ଏହା ସହ ୨ଟି ଲେବଲକ୍ରସିଂ  ନିର୍ମାଣ ପାଇଁ ରେଲୱେକୁ ପ୍ରସ୍ତାବ ଦିଆଯାଇଛି । ୩୦ ତାରିଖ ସୁଦ୍ଧା ନିର୍ମାଣ ଶେଷ ପାଇଁ ଏନଏଚଆଇ ନିର୍ଦେଶ ଦିଆଯାଇଛି । ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ ବିପଦପୂର୍ଣ୍ଣ ଥିବା ନେଇ ଏନ୍ଏଚ୍ଏଆଇର ସାଂଘାତିକ ରିପୋର୍ଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି ।  ନବକଳେବର ସମୟରେ ତିଆରି ହୋଇଥିଲା ଏହି ଓଭରବ୍ରିଜ୍ । ହେଲେ ବର୍ଷେ ନପୁରୁଣୁ ବ୍ରିଜର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କିଛି ସ୍ଥାନରେ ରାସ୍ତା ଦବି ଯାଇଛି ।