ପୁରୀ ସମଯାଜପୁର ରେଳ ଓଭରବ୍ରିଜରେ ବିପଦ : ଘଟଣାର ଅନୁଧ୍ୟାନ ପାଇଁ ପହଁଚିଲା ୩ ଜଣିଆ ବୈଷୟିକ ଟିମ୍

21

କନକ ବ୍ୟୁରୋ : ପୁଣି ଦବିଲା ପୁରୀ ସମଯାଜପୁର ରେଳ ଓଭରବ୍ରିଜ୍ । ପୁରୀ ପାର୍ଶ୍ୱ ରାସ୍ତାରେ ୪ ଇଂଚ୍ ଯାଏଁ ଦବିଯାଇଛି । ଫଳରେ ରଥଯାତ୍ରା ପୂର୍ବରୁ ବ୍ରିଜ୍ ଉପରେ ଗାଡି ଗଡିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତିରେ ସେତୁ  ସଂଯୋଗ ରାସ୍ତାର କାମ ଚାଲିଛି । ଏତିକିବେଳେ ଦବିଯାଇଛି ରାସ୍ତା ।

ଗତବର୍ଷ ରଥଯାତ୍ରା ସମୟରେ ସେତୁର ଗୋଟିଏ ପାର୍ଶ୍ୱ ଦବିଯାଇଥିଲା । ଫଳରେ ଗାଡି ଚଳାଚଳ ମାସକ ଯାଏଁ ବନ୍ଦ ରହିଥିଲା । ସେପଟେ ୪ ଦିନ ତଳେ ନିଆଁ ଲାଗି ବ୍ରିଜର ହଜାରେରୁ ଅଧିକ ବାଲିବସ୍ତା ପୋଡିଯାଇଥିଲା । ଅସରାଏ ବର୍ଷା ହେଲେ ବ୍ରିଜ୍ ଧଶିଯିବା ଆଶଙ୍କା ସୃଷ୍ଟି ହୋଇଥିଲା । ଏଭଳି ସ୍ଥିତିରେ ଏକ ୩ ଜଣିଆ ବୈଷୟିକ କମିଟି ବାଲିବସ୍ତା ଜଳିବା ଘଟଣାର ଅନୁଧ୍ୟାନ ପାଇଁ ଆସିଛିି । ଏହି ଯାଂଚ୍ ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ଯୋଜନା କରାଯିବ ବୋଲି ଏନଏଚଏଆଇ ପକ୍ଷରୁ ସୂଚନା ମିଳିଛି ।