ଜୁନ ୩୦ ସୁଦ୍ଧା ସରିବ ନାହିଁ ସମଯାଜପୁର ଓଭରବ୍ରିଜ ମରାମତି କାମ

45

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଜୁନ ୩୦ ସୁଦ୍ଧା ସରିପାରିବ ନାହିଁ ସମଯାଜପୁର ଓଭରବ୍ରିଜ ମରାମତି କାମ । ଭୋପାଳରୁ ଆସିଥିବା ବିଶେଷଜ୍ଞ ଟିମ୍ ଏୟାର ପ୍ରେସର ମେସିନ ସହାୟତାରେ ବ୍ରିଜର ପିଅର୍ସ ଉପରେ ଆପାର୍ଟମେଂଟକୁ ହାଇଡ୍ରୋଲିକ ଲଗାଇ ଟେକୁଛନ୍ତି । ଏହାକୁ ଅନୁଧ୍ୟାନ କରିବା ପରେ ମରାମତି କାମ ଆରମ୍ଭ ହେବ । ଏବେ ବ୍ରିଜ ଉପରେ ଖୋଳାଯାଇ ଜଶଂଟକୁ କଢାଯାଇଛି । ଏହାକୁ କଂକ୍ରିଟ ଦେଇ ସମତୁଳ କରାଯିବ ବୋଲି ଜଣାପଡିଛି । ଏତେ ବଡ ବ୍ରିଜ ବାଲି ଅଖା ଉପରେ ରହିଥିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ରଥଯାତ୍ରା ପୂର୍ବରୁ ପୋଲ ମରାମତି ସରିବା ସମ୍ଭାବନା ନଥିବାରୁ ବାଇପାସ୍ ରାସ୍ତାକୁ ଅଧିକ ମରାମତି କରାଯାଉଛି ।