ବେଲଜିୟମ ହକି ଖେଳାଳିଙ୍କ ସ୍ପୋର୍ଟ୍ସମ୍ୟାନ ସ୍ପିରିଟ୍ ! ବାପାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ପଡିଆକୁ ଓହ୍ଲାଇଥିଲେ, ଇଂଲଣ୍ଡ ବିପକ୍ଷରେ ଗୋଲ କରି ଦଳକୁ ବିଜୟ ଭେଟି ଦେଇଥିଲେ ସାଇମନ ଗଗନାଡ

891

କନକ ବ୍ୟୁରୋ : ଦେଶ ପାଇଁ ବ୍ୟକ୍ତିଗତ ଭାବପ୍ରବଣତାକୁ ପଛରେ ପକାଇଲେ ବେଲଜିୟମର ମିଡ୍ ଫିଲଡର ସାଇମନ ଗଗନାର୍ଡ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚର କିଛି ସମୟ ପୂର୍ବରୁ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ ମଧ୍ୟ ପଡିଆକୁ ଓହ୍ଲାଇଥିଲେ ସାଇମନ । ଆଉ ସମସ୍ତ ଖେଳାଳି କଳାବ୍ୟାଚ୍ ପିନ୍ଧି ଏହି ମ୍ୟାଚକୁ ସାଇମନଙ୍କ ବାପାଙ୍କ ପାଇଁ ଉତ୍ସର୍ଗ କରିଥିଲେ ।

ଖଚାଖଚ ଭରା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ରୋମାଂଚକର ସେମିଫାଇନାଲ ମ୍ୟାଚ ଚାଲିଥାଏ । ଇଂଲଣ୍ଡ ସହ କର ବା ମର ସ୍ଥିତିରେ ବେଲଜିୟମ ଖେଳୁଥିବା ଏହି ମ୍ୟାଚର, ୨୨ତମ ମିନିଟରେ ଜବରଦସ୍ତ ଗୋଲ ଦେଇଥିଲେ ସାଇମନ ଗଗନାର୍ଡ । ଆଉ ସାଥି ଖେଳାଳିମାନେ ଆସି କୁଣ୍ଢାଇ ପକାଇଥିଲେ । କିନ୍ତୁ ସାଇମାନଙ୍କୁ ଏହି ଗୋଲ ପାଇଁ ସାଥୀ ଖେଳାଳି ମାନେ କୁଣ୍ଢାଇ ନଥିଲେ ବରଂ ସାଇମାନଙ୍କୁ ସାହାସ ଦେବାକୁ ସାଥୀ ଖେଳାଳି ମାନଙ୍କର ଥିଲା ଏଭଳି ପ୍ରୟାସ ।

ସେମିଫାଇନାଲ ଆରମ୍ଭ ହେବା ପୂର୍ବରୁ  ବେଲଜିୟମରୁ ଫୋନ ଆସିଲା ଯେ ମିଡ ଫିଲଡର ସାଇମନଙ୍କ  ବାପାଙ୍କ ଦେହାନ୍ତ ହୋଇଯାଇଛି । ପ୍ରାୟ ବର୍ଷେ ଧରି ରୋଗରେ  ପିଡିତ ଥିବା ସାଇମନଙ୍କ ବାପା ଠିକ ଖେଳ ଆରମ୍ଭ ହେବାପୂର୍ବରୁ ଆଖି ବୁଜି ଦେଇଥିଲେ । ଏହି ଖବର ସାଇମନଙ୍କୁ ଅତ୍ୟନ୍ତ ଗଭୀର ଶୋକକୁ ନେଇଯାଇଥିଲା । ଖେଳ ପୂର୍ବରୁ ଏଭଳି ଏକ ଫୋନ କଲ ସାଇମନଙ୍କ ମନକୁ ଆଘାତ ପହଞ୍ଚାଇ ଥିଲା ସତ  କିନ୍ତୁ ଦେଶ ପାଇଁ ନିଜ କର୍ତବ୍ୟ କରିବାକୁ ପଡିଆକୁ ଓହ୍ଲାଇବାକୁ ସ୍ଥିର କରିଥିଲେ ସାଇମନ । ଆଉ ଏଥିରେ ସାଇମନଙ୍କୁ ସାଥ୍ ଦେଇଥିଲେ ସାଥୀ ଖେଳାଳି । ବେଲଜିୟମ ଟିମର ସମସ୍ତ ଖେଳାଳି କଳାବ୍ୟାଚ୍ ପିନ୍ଧି ପଡିଆକୁ ଓହ୍ଲାଇଥିଲେ ।

ଏହି ମ୍ୟାଚରେ  ବେଲଜିୟମ ଚମକ୍ରାର ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ୬-୦ ଗୋଲରେ ହରାଇ ଧୂଳି ଚଟାଇଥିଲା । କିନ୍ତୁ ଏହି ଦଳରେ ଜଣେ ଏପରି ଖେଳାଳି ଥିଲେ ଯିଏ ବ୍ୟକ୍ତିଗତ ଭାବପ୍ରବଣତାକୁ ପଛରେ ଛାଡିଦେଇ ଦେଶ ପାଇଁ ଲଢେଇ କରୁଥିଲେ । ଆଉ ଏହି ବିଜୟକୁ ପୂରା ଟିମ୍ ସାଇମାନଙ୍କ ବାପାଙ୍କୁ ଉତ୍ସର୍ଗ କରିଥିଲେ ।