ଲୁଣ ଚିକିତ୍ସାକୁ ନେଇ ବିବାଦରେ ଥିବା ଭିମସାର ନିର୍ଦ୍ଦେଶକଙ୍କ ଚରମବାଣୀ ! କହିଲେ, ଆଗାମୀ ୩୧ସୁଦ୍ଧା ନିଷ୍ପତ୍ତି ନକଲେ ଛାଡ଼ିବି ସରକାରୀ ଚାକିରୀ

163

କନକ ବ୍ୟୁରୋ : ଲୁଣ ଚିକିତ୍ସାକୁ ନେଇ ବିବାଦରେ ଥିବା ଭିସମାରର ନିର୍ଦ୍ଦେଶକ ଅଶ୍ୱିନ ପୂଜାହାରୀଙ୍କ ନାଲି ଆଖି । କ୍ୟାନସରର ଉପଚାର ପାଇଁ ଲୁଣ ଲେମ୍ବୁ ଚିକିତ୍ସା କରୁଥିବା ଭିମସାର ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ ଦିଆଯାଇଛି । ଆଉ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଅନୁସନ୍ଧାନ ଚାଲିଛି । ହେଲେ ଅଶ୍ୱିନ ପୂଜାହାରୀ କହିଛନ୍ତି ଆଗାମୀ ୩୧ତାରିଖ ସୁଦ୍ଧା ଯଦି ତାଙ୍କ ବାବଦରେ କୌଣସି ନିଷ୍ପତି ନିଆନଯାଏ । ତା ହେଲେ ସରକାରୀ ଚାକିରୀ ଛାଡିଦେବେ । ଏପରିକି ତାଙ୍କ ପାଖରେ ଅନେକ ବିକଳ୍ପ ରହିଥିବା ସେ ଚ୍ୟାଲେଂଜ ମାରିଛନ୍ତି ।

ସୂଚନାଯୋଗ୍ୟ ସମ୍ବଲପୁର ଭିମସାର ନିର୍ଦ୍ଦେଶକ ଡକ୍ଟର ଅଶ୍ୱିନୀ ପୂଜାହାରୀଙ୍କ ଲୁଣ ଚିକିତ୍ସା ପଦ୍ଧତିକୁ ନେଇ ଏବେ ବିବାଦ ଦେଖାଦେଇଦେଇଥିଲା । କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରୁଥିବାରୁ ବିବାଦ ଘେରକୁ ଆସିଥିଲେ ଭିମସାର ନିର୍ଦ୍ଦେଶକ । ଆଉ ସେଥିପାଇଁ ତାଙ୍କୁ ଛୁଟିରେ ପଠାଯାଇଥିଲା । ଅନ୍ୟପକ୍ଷରେ ଡାକ୍ତର ପୂଜାହାରୀଙ୍କ ସପକ୍ଷରେ ବାହାରି ଆସିଥିଲେ ମ୍ବଲପୁର ଓ ବୁର୍ଲାର ସ୍ଥାନୀୟ ଲୋକ ।

ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବଡ ବିବାଦ ମୁଣ୍ଡ ଟେକିଥିଲା ।

Comments are closed.