ଗାଧୋଇବା ପୂର୍ବରୁ ପାଣିରେ ମିଶାନ୍ତୁ ଗୋଟିଏ ଚାମଚ ଲୁଣ : ଦେଖନ୍ତୁ ଫାଇଦା

258

ପାଣିପାଗ ବଦଳିବା ସହ କିଛି ରୋଗ ଶରୀରରେ ବସା ବାନ୍ଧି ନିଏ । ଏଭଳି ରୋଗରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ମହଙ୍ଗା ଔଷଧ ଖାଇବା ପରିବର୍ତ୍ତେ କେବେଳ ଗାଧୋଇବା ପାଣିରେ ଏକ ଚାମଚ ଲୁଣ ମିଶାନ୍ତୁ । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ, ଗାଧୋଇବା ପାଣିରେ ଲୁଣ ମିଶାଇଲେ କେମିତି ରୋଗ ସମସ୍ୟା ଦୂର ହୋଇପାରେ । ତେବେ ଆସନ୍ତୁ ଜାଣିବା ଲୁଣର ଉପକାରିତା ସମ୍ବନ୍ଧରେ ।

ସ୍କିନ ଇଂଫେକସନ : ଲୁଣ ପାଣିରେ ଗାଧୋଇଲେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କୁ କାଛୁକୁଣ୍ଡିଆ ଭଳି ସମସ୍ୟାରୁ ଆରାମ ମିଳିବ ।

ସୁନ୍ଦର ତ୍ୱଚା : ଲୁଣ ପାଣିରେ ଗାଧୋଇବା ଆପଣଙ୍କ ତ୍ୱଚା ସୁନ୍ଦର ଓ ଉଜ୍ଜ୍ୱଳ ଦିଶିଥାଏ ।

ଆଣ୍ଠୁଗଣ୍ଠି ବ୍ୟଥା : ଯେଉଁ ଲୋକମାନେ ଲୁଣ ମିଶା ପାଣିରେ ଗାଧୋଉଛନ୍ତି, ସେମାନେ ଆଣ୍ଠୁଗଣ୍ଠି ଭଳି ସମସ୍ୟାରୁ ଆରାମ ପାଇଥାନ୍ତି ।

ଅଂଟା ବ୍ୟଥା : ଲୁଣ ମିଶାଯାଇଥିବା ପାଣିରେ ଗାଧୋଇବା ଦ୍ୱାରା ଅଂଟା ଯନ୍ତ୍ରଣା କମିଥାଏ ।