ସଂଜୟ ଲୀଳା ଭଂସାଲୀଙ୍କ ସହ ପୁଣି ଫିଲ୍ମ କରିବେ ସଲମାନ !

24

ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀ ଓ ସୁପରଷ୍ଟାର ସଲମାନ ଖାଁଙ୍କ ଯୋଡ଼ି ଦର୍ଶକଙ୍କୁ ‘ଖାମୋସୀ’ , ‘ହମ୍ ଦିଲ୍ ଦେ ଚୁକେ ସନମ୍’ , ‘ସାୱରିଆ’ ପରି ଫିଲ୍ମ ଭେଟି ଦେଇସାରିଛନ୍ତି । କିନ୍ତୁ ଗୋଟେ ସମୟରେ ଦୁହିଁଙ୍କ ସଂପର୍କରେ କିଛି ମାତ୍ରାରେ ତିକ୍ତତା ଆସିଯାଇଥିଲା । ଏଥିପାଇଁ ହୋଇଥିଲା କି ସଂଜୟ ଦେବଦାସରେ ସଲମାନଙ୍କ ପ୍ରତିଦ୍ୱନ୍ଦୀ ଶାହାରୁଖ ଖାନଙ୍କୁ ନେଇଥିଲେ ଏବଂ ଫିଲ୍ମ ଗୁଜାରିସ୍ ରେ ମଧ୍ୟ ତାଙ୍କୁ ଅଫର୍ ଦିଆନଯାଇ ହ୍ରିତିକଙ୍କୁ ଦିଆଯାଇଥିଲା ।

ମାତ୍ର ଗତବର୍ଷ ସଂଜୟ ସବୁକିଛି ଭୁଲି ସଲମାନଙ୍କ ଘରକୁ ତାଙ୍କୁ ସାକ୍ଷାତ୍ କରିବା ପାଇଁ ଯାଇଥିଲେ ଏବଂ ତା’ପରଠାରୁ ଦୁହିଁଙ୍କ ସଂପର୍କ ପୁଣି ଥରେ ଯୋଡ଼ି ହୋଇଯାଇଛି ବୋଲି ଆଲୋଚନା କରାଯାଇଛି । ସବୁକିଛି ଠିକ୍ ହେବାପରେ ଉଭୟ ଏବେ ପୁଣି ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସୂଚନା ଦେଇଛନ୍ତି ନିଜେ ସଲମାନ । ଏବେ ଏହି ଯୋଡ଼ିଙ୍କର କମାଲ୍ ଦେଖିବାକୁ ଅପେକ୍ଷା ।