କପିଲ ଶର୍ମାଙ୍କ ବୁଡିଯାଉଥିବା କ୍ୟାରିୟରକୁ ସାହା ହେଲେ ସଲମାନ : ଦୀପାବଳୀରେ ଦେଲେ ଏହି ଉପହାର

ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଦୀପାବଳିର ଉପହାର ଦେଲେ ଦବଙ୍ଗ ଖାନ୍

543

ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଅନେକ ଦିନର ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରୁଥିବା ଖବର ସମସ୍ତଙ୍କ ପାଖରେ ପହଞ୍ଚି ସାରିଥିବ ନିଶ୍ଚୟ । ନିଜ ଜୀବନକୁ ସେ ନୂଆ ଭାବରେ ଆରମ୍ଭ କରିବାକୁ ଯାଉଥିବା ବେଳେ ସୋ’ ସହ ସେ ନିଜ ପ୍ରେମିକା ଗିନ୍ନିଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି । ଏତେ ସବୁ ଖୁସି ମଧ୍ୟରେ କପିଲଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଦବଙ୍ଗ ଖାନ୍ ସଲମାନ । ସେ କପିଲଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବେ ବୋଲି କହିଥିବା ବେଳେ କପିଲଙ୍କ ସୋ’କୁ ସଲମାନଙ୍କ ପ୍ରଡ଼କ୍ସନ ହାଉସ୍ ତିଆରି କରିବ ବୋଲି ଜଣାପଡ଼ିଛି ।

ବିବାହ ପରେ କପିଲ ନିଜ ସୋ’ର ସୁଟିଂ ଆରମ୍ଭ କରିବାକୁ ଥିବାବେଳେ ଫିଲ୍ମ ସିଟିର ୮ ମହଲାରେ ଏହି ସୋ’ର ସୁଟିଂ ହେବ ବୋଲି ଜଣାପଡ଼ିଛି । କପିଲ ପୂର୍ବରୁ କରିଥିବା ସୋ’ଗୁଡ଼ିକର ସୁଟିଂ ମଧ୍ୟ ସେଠାରେ ହୋଇଥିଲା । ଆଗରୁ କପିଲଙ୍କ ବ୍ୟାନର ହିଁ ତାଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ଏବେ ଏହାର ଦାୟିତ୍ୱ ପ୍ରଥମ ଥର ପାଇଁ ସଲମାନଙ୍କ ପ୍ରଡ଼କ୍ସନ ହାଉସ୍ ନେବାକୁ ଯାଉଛି । ସଲମାନଙ୍କ ଏହି ଉପହାର ପାଇ କପିଲ ଖୁସି ହେବା ସହ ତାଙ୍କୁ ଧନ୍ୟବାଦ୍ ଜଣାଇଥିବା ଦେଖାଯାଇଛି ।

ମତାମତ

Your email address will not be published.