ବାପା ହେବେ ସଲମାନ ! ରାଣୀ ମୁଖର୍ଜୀ ଦେଲେ ଆଶ୍ୱାସନା

59

ବଲିଉଡର ଚର୍ଚ୍ଚିତ ନାୟକ ସଲମାନ ଖାନ । ଏବେ ସୁଦ୍ଧା ସେ ବିବାହ କରିନାହାଁନ୍ତି । ଯାହା ଏକ ରୋଚକ ଖବର ସବୁବେଳେ ହୋଇ ରହିଛି । କିନ୍ତୁ ତାଙ୍କ ମନରେ ଏବେ ବି ବାପା ହେବାର ଇଚ୍ଛା ରହିଛି । ହେଲେ ବାପା ହେବାକୁ ହେଲେ ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତୁତ ହେବାକୁ ହେବ । ହେଲେ ଏବେ ସଲମାନ ବିବାହ କରିବାର କୌଣସି ଯୋଜନା ନାହିଁ ।

ସଲମାନ ଖାନ୍ ବିନା ବିବାହରେ ବାପା ହେବାକୁ ଚାହୁଁଛନ୍ତି । ଏମିତି କରିବାକୁ ତାଙ୍କର ପୁରୁଣା ବନ୍ଧୁ ରାଣୀ ମୁଖର୍ଜୀ ମଧ୍ୟ କହୁଛନ୍ତି । ସୂଚନା ଯେ , ଏହି ସପ୍ତାହର ଶେଷ ଭାଗରେ ରାଣୀ ମୁଖାର୍ଜୀ ନିଜର ଫିଲ୍ମ’ହିଚକୀ’ର ପ୍ରମୋସନ କରିବାକୁ ସଲମାନଙ୍କ ଶୋ’ ‘ବିଗବସ୍ ’ ରେ ପହଁଚିଥିଲେ । ପ୍ରତିଯୋଗୀଙ୍କ ସହ ସାକ୍ଷାତ ପରେ ରାଣୀ ମୁଖର୍ଜୀ ସଲମାନଙ୍କ ସହ ଷ୍ଟେଜକୁ ଯାଇଥିଲେ । ସେଠାରେ ସଲମାନଙ୍କୁ ବିବାହ ନକରି ପାପା ହେବାର ଆଶ୍ୱାସନା ଦେଇଥିଲେ ।

୫୨ ବର୍ଷିୟ ସଲମାନ ମଧ୍ୟ ବିବାହ ବିନା ବାପା ହୋଇପାରିବେ । ଏବଂ ଏହି କଥା ଅନେକ ଥର ରାଣୀ କହିସାରିଛନ୍ତି । କରଣ ଜୋହର ଓ ତୁଷାର କପୁର ବିନା ବିବାହରେ ବାପା ହୋଇଛନ୍ତି । ଏବଂ ସଲମାନ ମଧ୍ୟ ଏମିତି ଭାବରେ ସରୋଗେସି ଜରିଆରେ ବାପା ହୋଇପାରିବେ । ସଲମାନ ଖାନ ମଧ୍ୟ ଅନେକ ଥର କହିଛନ୍ତି ସେ ବିବାହ କରନ୍ତୁ ବା ନକରନ୍ତୁ କିନ୍ତୁ ବାପା ନିଶ୍ଚିତ ହେବେ । ଏଥିରୁ ଜଣାପଡୁଛି ସଲମାନ ଅବିବାହିତ ବାପା ବନିବାକୁ ଯାଉଛନ୍ତି ।
( ଡେଲିହଣ୍ଟ)