ଅକ୍ଟୋବର ପହିଲାରୁ ଆରମ୍ଭ ହେବ ‘ବିଗ୍ ବସ୍’ର ୧୧ତମ ସଂସ୍କାରଣ

39

ଆସନ୍ତା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଟିଭି ସିରିଜ୍ ‘ବିଗ୍ ବସ୍’ ର ୧୧ତମ ସଂସ୍କାରଣ । ଏନେଇ ଏକ ଭିଡିଓ ଜରିଆରେ ଆରମ୍ଭ ତାରିଖ ନେଇ ଘୋଷଣା କରିଛନ୍ତି ଏହି ସୋ’ର ଉପସ୍ଥାପକ ସଲମାନ ଖାନ୍ ।

ଏହି କାର୍ଯ୍ୟକ୍ରମର ଆରମ୍ଭ ନେଇ ଏକ ଭିଡିଓ ଜାରି ହୋଇଛି । ଯେଉଁଥିରେ ସଲମାନ ଏକ ଶାସ୍ତ୍ରୀୟ ରୁପରେ ଦର୍ଶକଙ୍କ ନଜର ଆସୁଛନ୍ତି । ଯେଉଁରେ ସେ ଏକ ପୁରୁଣା ସିନେମାର ଗୀତ ବୋଲି ବିଗ୍ ବସ୍ ସୋ’ ସଂପର୍କରେ ସୂଚନା ଦେଉଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ‘କୌନ୍ ବନେଗା କରୋଡପତି’ କାର୍ଯ୍ୟକ୍ରମ ପରେ ବିଗ୍ ବସ୍ ହିଁ ଦେଶର ସବୁଠୁ ଚର୍ଚ୍ଚିତ ରିୟଲିଟି ସୋ’ ଭାବରେ ପରିଚିତ । କିଛି ବିବାଦୀୟ ବ୍ୟକ୍ତିତ୍ୱକୁ ଏହି ସୋ’ରେ, ଏକ ନିର୍ଦ୍ଧିଷ୍ଟ ଗୃହରେ କିଛି ମାସ ଧରି ରଖିବାକୁ କୁହାଯାଏ । ଆଉ ଶେଷରେ ବିଜେତା ବଛା ଯାଇଥାଏ ।